କରୋନା ମହାମାରୀ ଭିତରେ ୨୯ରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ

ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ। କରୋନା ମହାମାରୀ ମଧ୍ୟରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛଇ। ମିଳିଥିବା ସୂଚନା ଅନୁସାରେ, ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଫେବୃଆରୀ ପହିଲାରେ ସାଧାରଣ ବଜେଟ୍ ପାରିତ ହେବ ବୋଲି ସୂଚନା ମିଳିଛି ।ତେବେ ଏହି ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଅଧିବେଶନ ସମ୍ପର୍କରେ ଗତକାଲି ଲୋକସଭା ସଚିବାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କେବଳ ଏତିକି ନୁହେଁ ବରଂ, ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚ ଦାବିକୁ ବିଚାର କରିବା ଏବଂ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ କିଛି ସମୟ ଦିଆଯିବ ବୋଲି କୁହାଯାଇଛି । ଫେବୃଆରୀ ୮ ରେ ବଜେଟ୍ ଅଧିବେଶନ ଶେଷ ହେଉଥିଲେ ବି ରିପୋର୍ଟ ପ୍ରସ୍ତୁତ ପରେ ହିଁ  ଫେବୃଆରୀ ୧୫ ତାରିଖରେ ଗୃହକୁ ମୁଲତବି ଘୋଷଣା କରାଯିବ ବୋଲି ସୂଚନା ରହିଛି। ଏହାପରେ ମାର୍ଚ୍ଚ ୮ରୁ ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହେବ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତଥର ପୂର୍ବପରି ଅଧିବେଶନ ଚାଲିବ। ତେବେ ଏଥର ପ୍ରଶ୍ନ କାଳ ରହିବ କି ନାହିଁ ସେନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

 

You might also like