ଦାଗୀ ନେତାଙ୍କ ସମ୍ପର୍କରେ ଏମିତି କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେ କି ନାହିଁ, ଏନେଇ ସୁପ୍ରିମ୍‌କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ଏ ସମ୍ପର୍କରେ ପାର୍ଲାମେଣ୍ଟ ନିଷ୍ପତ୍ତି ନେଉ ବୋଲି କୋର୍ଟ ଜଣାଇଛନ୍ତି।

ନିର୍ବାଚନ ଲଢ଼ିବାକୁଥିବା ପ୍ରାର୍ଥୀ ତାଙ୍କ ନାଁରେ ବିଚାରାଧିନ ଥିବା ଅପରାଧିକ ମାମଲାର ସମସ୍ତ ତଥ୍ୟ ଦଳକୁ ଦେବା ସହ ଏହା ଦଳୀୟ ୱେବ୍‌ସାଇଟ୍‌ରେ ମଧ୍ୟ ରହିବ। ଏଥିସହ ଏହି ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ମଧ୍ୟ କରିବେ ବୋଲି କୋର୍ଟ କହିଛନ୍ତି।

ଗତ ସାଧାରଣ ନିର୍ବାଚନ ବେଳେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ୩୪ ପ୍ରତିଶତଙ୍କ ନାଁରେ ଅପରାଧ ମାମଲା ରହିଥିବା ଏନଜିଓ ପବ୍ଲିକ୍‌ ଇଣ୍ଟରେଷ୍ଟ୍‌ ଫାଉଣ୍ଡେସନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

You might also like