ସଂସଦର ମୌସୁମି ଅଧିବେଶନ: ଆରମ୍ଭରୁ ଗୃହ ମୁଲତବି

ନୂଆଦିଲ୍ଲୀ: କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ।  ତେବେ ଆରମ୍ଭରୁ ଗୃହକୁ ଏକ ଘଣ୍ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା। ମୁଲତବି ପରେ ପୁଣି ଆରମ୍ଭ ହୋଇଛି ଗୃହ।

କରୋନା ପାଇଁ ଚଳିତ ଅଧିବେଶନରେ ପ୍ରଶ୍ନ କାଳ ବାତିଲ ହୋଇଥିବା ବେଳେ ଗୃହ ଆରମ୍ଭରୁ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ଓ କେ. ସୁରେଶ ପୂର୍ବ ଲଦାଖ ସ୍ଥିତିକୁ ନେଇ ମୁଲତବି ପ୍ରସ୍ତାବ ନୋଟିସ ଆଣିଥିଲେ । ସେହିପରି  ନିିଟକୁୁ ନେଇ ୧୨ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଡିଏମକେ ଓ  ସିପିଆଇ ପକ୍ଷରୁ ମୁଲତବି ପ୍ରସ୍ତାବ ନୋଟିସ୍ ଦିଆଯାଇଛି ।

ଦିଲ୍ଲୀ ହିଂସାରେ ପ୍ରମୁଖ ନେତାଙ୍କ ସଂପୃକ୍ତି ମାମଲାରେ ଆରଏସପି ପକ୍ଷରୁ ସାଂସଦ ଏନ୍ ପ୍ରେମଚନ୍ଦ୍ର ମୁଲତବି ପ୍ରସ୍ତାବ ନୋଟିସ ଆଣିଛନ୍ତି । ଅନ୍ୟପଟେ ଗୃହରେ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସଂଙ୍ଗୀତଜ୍ଞ ପଣ୍ଡିତ ୟଶରାଜ୍, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ, ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍ ଜୀ ଟଣ୍ଡନ, ଉତ୍ତରପ୍ରଦେଶ ମନ୍ତ୍ରୀ କମଲା ରାନୀ, ଚେତନ ଚୌହାନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବର ପ୍ରସାଦ ସିଂହଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like