ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ନୂଆଦିଲ୍ଲୀ: ବିରୋଧୀ ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ଗତକାଲି କୃଷି ସମ୍ପର୍କିତ ଦୁଇଟି ବିଲ ଲୋକସଭାରେ ପାରିତ ହୋଇଛି । ଏହି ଦୁଇଟି ବିଲକୁ ମୌସୁମୀ ଅଧିବେଶନରର ପ୍ରଥମ ଦିବସରେ ଆଗତ କରାଯାଇଥିଲା । ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିଲ୍ ସମ୍ପର୍କରେ ସଦସ୍ୟମାନଙ୍କୁ ବିସ୍ତ୍ତତ ଭାବେ ଜଣାଇଥିଲେ । ଏହି ବିଲ୍ ଦ୍ୱାରା କୃଷକମାନେ ଉପକୃତ ହେବା ସହ ସେମାନଙ୍କ ଆୟ ବୃଦ୍ଧି ହେବ।

କୃଷକମାନେ ସେମାନଙ୍କର ଫସଲ କେଉଁଠି ବିକ୍ରୟ କରିବେ ସେ ସମ୍ପର୍କରେ ସେମାନେ ନିର୍ଦ୍ଧାରଣ କରିପାରିବେ । ଆଗାମୀ ଦିନରେ କୃଷକମାନଙ୍କ ଜୀବନରେ ଏହା କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି କୃଷିମନ୍ତ୍ରୀ କହିଥିଲେ । ସେପଟେ ଆଉ କିଛି ସଦସ୍ୟ ରାଜନୈତିକ କାରଣରୁ ଏହି ବିଲକୁ ବିରୋଧ କରୁଛନ୍ତି । କିନ୍ତୁ କୃଷକମାନଙ୍କ ସ୍ବାର୍ଥ ହାନି ହେଲା ଭଳି ଗୋଟିଏ ହେଲେ ବି ଶବ୍ଦ ବିଲ ଗୁଡିକରେ ନାହିଁ ବୋଲି ସେ କହିଛନ୍ତି

କୃଷି ସମ୍ପର୍କିତ ଦୁଇଟି ବିଲକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରିଥିଲେ । ଏନଡିଏର ସହଯୋଗୀ ସିରୋମଣି ଅକାଳୀ ଦଳ ମଧ୍ୟ ବିଲକୁ ବିରୋଧ କରିଥିଲା ।

ସେପଟେ ଲୋକସଭାରେ ବିଲ୍ ପାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷି ସମ୍ପର୍କିତ ବିଲ ପାରିତ ହେବା କୃଷି ଓ କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।ଏହାଦ୍ୱାରା ଚାଷୀମାନଙ୍କ ରୋଜଗାର ବଢିବା ସହ ସେମାନେ ସଶକ୍ତ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି।

ଆଜି ଏହି ଵିଲକୁ ରାଜ୍ୟସଭାରେ ଉପସ୍ଥାପିତ କରାଯାଇଛି।ବିଲ୍ ଉପରେ ଆଲୋଚନା ବେଳେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ଵିଲ କାର୍ଯ୍ୟକାରୀ ହେଲେ ବଡ଼ ବଡ଼ କମ୍ପାନୀ ମାନେ କୃଷକମାନଙ୍କୁ ଶୋଷଣ କରିବାର ସୁଯୋଗ ପାଇବେ।

 

ଆହୁରି ପଢ଼ନ୍ତୁ

ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୭ ଲକ୍ଷ

ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

You might also like