ବଢୁଛି କରୋନା କୋପ; ଏହି ଦେଶରେ ପୁଣି ଲାଗିଲା କର୍ଫ୍ୟୁ

ପ୍ୟାରିସ:କରୋନା ସଂକ୍ରମଣ ରୋକିବାକୁ ଫ୍ରାନସର ପ୍ୟାରିସ ସମେତ ବିଭିନ୍ନ ସହରରେ ପୁଣି କର୍ଫ୍ୟୁ  ଜାରି କରାଯାଇଛି । ଆସନ୍ତା ଶନିବାର ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯିବା । ୪ ସପ୍ତାହ ପାଇଁ ଏହି କଟକଣା ରହିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଘୋଷଣା କରିଛନ୍ତି ।

ସୂଚନା ଥାଉ କି, ଫ୍ରାନ୍ସରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ରହିଛି। ଏହା ସମସ୍ତଙ୍କ ପାଇଁ ମାରାତ୍ମକ ହୋଇପାରେ । ଏଥିପାଇଁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ବୋଲି ମାକ୍ରନ କହିଛନ୍ତି ।

ସେପଟେ ଜର୍ମାନୀରେ ମଧ୍ୟ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯଇଛି।  ଗତ କିଛି ଦିନ ହେଲା ୟୁରୋପ ମହାଦେଶରେ କରୋନା ସ୍ଥିିତି ଉଦବେଗଜନକ ରହିଛି । ପରିସ୍ଥିତିକୁ ଦେଖି ବ୍ରିଟିଶ ସରକାରଙ୍କ ପକ୍ଷରୁ ପବ୍ସ, ଜିମ୍ସକୁ ବନ୍ଦ କରାଯାଇଛି । ଏପରିକି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଆଉଥରେ ସେଠାରେ ଲକଡାଉନ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି ।

ଚେକ ରିପବ୍ଲିକରେ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବାର, ରେଷ୍ଟୁରାଷ୍ଟ, କ୍ଲବକୁ ବନ୍ଦ କରାଯାଇଛି । ଗତ ସପ୍ତାହରେ ୟୁରୋପରେ ଗୋଟିଏ ଦିନରେ ଲକ୍ଷାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାକାର ଲୋକଙ୍କ ଚିନ୍ତା ବଢିଛି ।

ଆହୁରି ପଢ଼ନ୍ତୁ

ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

You might also like