ପରେଶ ରାୱଲ ହେଲେ ନ୍ୟାଶନାଲ୍‌ ସ୍କୁଲ୍ ଅଫ୍ ଡ୍ରାମାର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ଓ ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର (NSD) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଖୋଦ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଶ ରାୱଲଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ବିଶେଷ କଥା ହେଉଛି, ପରେଶ ରାୱଲ ଏହି ଇନଷ୍ଟିଚ୍ୟୁଟରୁ ଅଧ୍ୟୟନ କରିସାରିଛନ୍ତି।

ବିଜେପିର ପୂର୍ବତନ ଲୋକସଭା ସାଂସଦ ପରେଶ ରାୱଲ ଏବେ ରାଜସ୍ଥାନର ପ୍ରଖ୍ୟାତ କବି ଅର୍ଜୁନ ଦେବ ଚରଣଙ୍କ ସ୍ଥାନ ନେବେ। ଅର୍ଜୁନ ଦେବ ୨୦୧୮ରୁ ନ୍ୟାଶନାଲ୍‌ ସ୍କୁଲ୍ ଅଫ୍ ଡ୍ରାମାର ଅଧ୍ୟକ୍ଷ ଥିଲେ। ପରେଶଙ୍କ ନିଯୁକ୍ତି ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପରେଶ ରାୱଲ ୧୯୮୫ରେ ଫିଲ୍ମ ‘ଅର୍ଜୁନ’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ୧୯୮୬ରେ ଫିଲ୍ମ ‘ନାମ୍’ରେ ନିଜର ନିଖୁଣ ଅଭିନୟ ସହ ସେ ବଲିଉଡରୋ ନିଜକୁ ସ୍ଥାପିତ କରିବାରେ ସଫଳ ହୋଇଥିଲେ। ଏହା ପରେ ୮୦ ଓ ୯୦ ଦଶକରେ ଶତାଧିକ ଫିଲ୍ମରେ ସେ କାମ କରିଛନ୍ତି ଏବଂ ଏଥିରୁ ଅଧିକାଂଶ ଫିଲ୍ମରେ ପରେଶ ଭିଲେନ୍ ଭୂମିକା ତୁଲାଇଥିଲେ।

ନ୍ୟାଶନାଲ୍‌ ସ୍କୁଲ୍ ଅଫ୍ ଡ୍ରାମା ଦେଶର ସବୁଠାରୁ ଲୋକପ୍ରିୟ ଥିଏଟର ଇନଷ୍ଟିଚ୍ୟୁଟ। ଏହା ଏକ ସ୍ୱୟଂଶାସିକ ସଂସ୍ଥା, ଯାହା ଭାରତର ସରକାରଙ୍କ ଅଧୀନରେ ଆସିଥାଏ। ଏହି ଇନଷ୍ଟିଚ୍ୟୁଟକୁ ୧୯୫୯ରେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାପିତ କରାଯାଇଥିଲା ଏବଂ ୧୯୭୫ରେ ଏହାକୁ ସ୍ୱତନ୍ତ୍ର ସ୍କୁଲର ଆଖ୍ୟା ମିଳିଥିଲା। ଏନଏସଡିରୁ ନାସରୁଦ୍ଦିନ ଶାହ, ନୱାଜୁଦ୍ଦିନ ସିଦ୍ଦିକି, ଇରଫାନ୍ ଖାନ୍, ପୀୟୂଷ ମିଶ୍ର, ଅନୁପମ ଖେର୍, ଓମ୍ ପୁରୀ, ଆଶୁତୋଷ ରାଣା ଏବଂ ତିଗ୍ମାଂଶୁ ଧୂଲିଆ ଭଳି ଅନେକ ନାମୀ କଳାକାର ଅଧ୍ୟୟନ କରିଛନ୍ତି।

ଆହୁରି ପଢ଼ନ୍ତୁ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

You might also like