ବଡ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ ବିକି ଦେଲେ ବାପା-ମା’

ବିଜୟୱାଡା: ଆନ୍ଧ୍ରପ୍ରଦେଶର ନେଲୋରରେ ଜଣେ ଗରିବ ଦମ୍ପତି ନିଜର ୧୨ବର୍ଷର ଝିଅକୁ ବିକ୍ରି କରି ଦେଇଛନ୍ତି। ବଡ଼ ଝିଅର ଚିକିତ୍ସା କରିବା ପାଇଁ ଏହି ଗରିବ ଦମ୍ପତି ନିଜ ଅଲିଅଳି ସାନ ଝିଅକୁ ମାତ୍ର ୧୦ ହଜାର ଟଙ୍କାରେ ଜଣେ ୪୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ନାବାଳିକାଙ୍କୁ କିଣିବା ପରେ ତାଙ୍କୁ ବିବାହ କରିଛନ୍ତି। ତେବେ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କେନ୍ଦ୍ରକୁ ପଠାଇଛନ୍ତି।

ମିଳିଥିବା ଖବର ଅନୁସାରେ, କୋଟୁରର ଏହି ଗରିବ ଦମ୍ପତିଙ୍କ ବଡ ଝିଅ ଶ୍ୱାସ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଥିଲା। ଆର୍ଥିକ ସାହାଯ୍ୟ ପାଇଁ ସେ ତାଙ୍କ ପଡୋଶୀ  ଚିନ୍ନା ସୁବାୟାଙ୍କ ପାଖକୁ ଯାଇଥିଲେ। ହେଲେ ସେ ତାଙ୍କୁ ସାହାଯ୍ୟ ଦେବାକୁ ମନା କରି ଦେଇଥିଲେ। ହେଲେ ସେ ଟଙ୍କା ବଦଳର ତାଙ୍କ ସାନ ଝିଅକୁ ମାଗିଥିଲେ। ପରିବାର ଲୋକେ ବାଧ୍ୟ ହୋଇ ଏଥିରେ ରାଜି ହୋଇଥିଲ। ସେମାନେ ୨୫ ହଜାର ଟଙ୍କା ମାଗିଥିଲେ ହେଁ ଚିନ୍ନା ସୁବାୟା ତାଙ୍କୁ ୧୦ ଜହାର ଟଙ୍କା ଦେବେ ବୋଲି କହିଥିଲେ। ଶେଷରେ ୧୦ ହଜାର ଟଙ୍କାରେ ତାଙ୍କର ଡିଲ୍‌ ଫାଇନାଲ ହୋଇଥିଲା। 

ବୁଧବାର ଦିନ ଚିନ୍ନ ୧୨ ବର୍ଷର ନାବାଳିକାଙ୍କୁ ବିବାହ କରିଥିଲେ। ହେଲେ ଏହାର ଗୋଟିଏ ଦିନ ପରେ  ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଉଦ୍ଧାର କରିଥିଲେ।  

ସ୍ଥାନୀୟ ପୋଲିସର କହିବା ଅନୁଯାୟୀ, ପାରିବାରିକ ବିବାଦକୁ ନେଇ ଚିନ୍ନାଙ୍କ ପତ୍ନୀ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଚିନ୍ନା ଏହି ଦମ୍ପତିଙ୍କୁ ତାଙ୍କ ୨ୟ ଝିଅକୁ ବିବାହ କରବା ପାଇଁ କହିଥିଲେ। ହେଲେ ପରିବାର ଲୋକେ ରାଜି ହୋଇ  ନଥିଲେ। ଶେଷରେ ପରିସ୍ଥିତିରେ ପଡି ଝିଅକୁ ବିକି ଦେଇଥିଲେ।

ଅନ୍ୟପକ୍ଷେ ଝିଅକୁ କିଣିବା ପରେ ଚିନ୍ନା ବୁଧବାର ରାତିରେ ଦାମପୁର ସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆଣିଥିଲେ ଏବଂ ସେଠାରେ ବିବାହ କରିଥିଲେ। ତେବେ ନାବାଳିକା ଚିତ୍କାର କରୁଥିବା ଏବଂ  କାନ୍ଦୁଥିବା ପଡୋଶୀ ଲୋକେ ଶୁଣିଥିଲେ। ଘଟଣା କ’ଣ ଜାଣିବା ପାଇଁ ପଡୋଶୀ ଚିନ୍ନାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ପରେ ସେମାନେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ପୋଲିସକୁ ଖବର ଦେବା ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ପାରିଛି ବୋଲି ସ୍ଥାନୀୟ ପୋଲିସ କହିଛି।

 

You might also like