ଭାଷଣ ଦେବା ବେଳେ ମଞ୍ଚାରୁ ଖସିପଡ଼ିଲେ ଏଇ ବାହୁବଳୀ ନେତା

ମୁଜାଫରପୁର: ବିହାରରେ ନିର୍ବାଚନୀ ମାହୋଲ ବେଶ ସରଗରମ ହୋଇଛି। ଏପରି ସମୟରେ ଜଣେ ବାହୁବଳୀ ନେତା ମଞ୍ଚାରୁ ଗଳିପଡ଼ିବା ଘଟଣା ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ଲୋକଙ୍କୁ।

ଶନିବାର ଜନ ଅଧିକାର ପାଟିର ଅଧ୍ୟକ୍ଷ ପପ୍ପୁ ଯାଦବ ମୁଜାଫରପୁର ଜିଲ୍ଲା ମୀନାପୁରରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସ୍ଥାନୀୟ ପ୍ରାର୍ଥୀ ବୀନା ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ।  ମଞ୍ଚ ଉପରେ ପପ୍ପୁଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ଏହି ସମୟେର ହଠାତ୍‌ ମଞ୍ଚ ଭାଙ୍ଗି ଯାଇଥିଲା। ଫଳରେ ପପ୍ପୁ  ଭାଷଣ ଦେଉଥିବା ବେଳେ ମଞ୍ଚାରୁ ଖସିପଡିଥିଲେ ।

ସମର୍ଥକ ମାନେ ପପ୍ପୁଙ୍କୁ ଉଠାଇଥିଲେ। ଏହି ଦୁର୍ଘଟଣାରେ ୫୨ ବର୍ଷୀୟ ପପ୍ପୁଙ୍କ ହାତରେ ଆଘାତ ଲାଗିଛି। ଏହାପରେ ସେ ଭଙ୍ଗା ମଞ୍ଚରେ ରହି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲ। ପରେ ତାଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟରରେ ପାଟନା ପଠାଇ ଦିଆଯାଇଛି। ତାଙ୍କର ହାତ ଭାଙ୍ଗି ଯାଇଥିବା କୁହାଯାଉଛି।

ଏହି ଦୁର୍ଘଟଣାରେ ଅନ୍ୟ କେତେକ ନେତା ମଧ୍ୟ ଆହତ ହୋଇଛନ୍ତି।

 

You might also like