ମହାରାଷ୍ଟ୍ରରେ ବିଜେପକୁ ଶକ୍ତ ଝଟ୍‌କା; ହାରିଲେ ପଙ୍କଜା

ମୂମ୍ବାଇ: ମହାରାଷ୍ଟ୍ରରେ ବିଜେପିକୁ ଶକ୍ତ ଝଟ୍‌କା। ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିଲେ ହେଁ ଦଳର ହେବି ୱେଟ୍‌ ତଥା ଫଡନାଭିସ୍‌ ସରକାରରେ ମନ୍ତ୍ରୀ ଥିବା ପଙ୍କଜା ମୁଣ୍ଡେ ପରାସ୍ତ ହୋଇଛନ୍ତି।

 ବିଜେପି ପକ୍ଷରୁ ପର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲା ପଙ୍କଜା। ଏଠାରେ ତାଙ୍କର ମୁକାବିଲା ସମ୍ପର୍କୀୟ ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ଧନଞ୍ଜୟ ମୁଣ୍ଡେଙ୍କ ସହ ହୋଇଥିଲା।

ଏଥିରେ ଧନଞ୍ଜୟ ବାଜିମାତ କରିଛନ୍ତି। ସେ ପଙ୍କଜାଙ୍କୁ ୨୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରରେ ବିଜେପି-ଶିବସେନା ମେଣ୍ଟ ୨୬ଟି ଆସନରେ ଜିତିଥିବା ବେଳେ କଂଗ୍ରେସ-ଏନସିପି ମେଣ୍ଟ ୨୩ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ବାଜିମାତ କରିଛନ୍ତି।

You might also like