ଜମ୍ମୁ-କାଶ୍ମୀରର ସମସ୍ତ ପଞ୍ଚାୟତ ସଦସ୍ୟ ଓ ସରପଞ୍ଚଙ୍କୁ ମିଳିବ ସୁରକ୍ଷା ଓ ବୀମା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସମସ୍ତ ପଞ୍ଚ ଓ ସରପଞ୍ଚମାନଙ୍କୁ ଏଣିକି ପୁଲିସ୍‌ ସୁରକ୍ଷା ଓ ୨ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯିବ। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜମ୍ମୁ-କାଶ୍ମୀରର ପଞ୍ଚ(ପଞ୍ଚାୟତ ସଦସ୍ୟ) ଓ ସରପଞ୍ଚ(ଗାଁ ମୁଖିଆ)ଙ୍କ ଏକ ପ୍ରତିନିଧି ଦଳ ଭେଟିବା ବେଳେ ଶାହ ସେମାନଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।

କୁପୱାଡା ଜିଲ୍ଲାର ମୀର ଜୁନେଦ ନାମକ ଜଣେ ସରପଞ୍ଚ କହିଛନ୍ତି, “ଆମେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଆମମାନଙ୍କୁ ସୁରକ୍ଷାକର୍ମୀ ଯୋଗାଇ ଦେବାକୁ କହିଥିଲୁ। ସେ ଆମକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆମକୁ ସୁରକ୍ଷାକର୍ମୀ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”

ଆଉ ଜଣେ ସରପଞ୍ଚ ଜୁବେର ନିଶାଦ ଭଟ କହିଛନ୍ତି, “ସ୍ୱରାଷ୍ଟ୍ରମନ୍ତ୍ରୀ ସାକ୍ଷାତକାର ସମୟରେ ଆମ ପାଇଁ ୨ ଲକ୍ଷ ଟଙ୍କାର ବୀମା କରାଯିବ ବୋଲି କହିଛନ୍ତି। ଏହି ବୀମା ଯୋଜନାରେ ସମସ୍ତ ସରପଞ୍ଚ ଓ ପଞ୍ଚମାନେ ସାମିଲ ହେବେ। ସେହିପରି ଜମ୍ମୁ-କାଶ୍ମୀରରୁ ଅଗଷ୍ଟ ୫ରୁ ବନ୍ଦ ଥିବା ମୋବାଇଲ ସେବା ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ସ୍ୱାଭାବିକ ହୋଇଯିବ ବୋଲି ଶ୍ରୀ ଶାହ ଆମକୁ କହିଛନ୍ତି। ଏଥିସହ ଜମ୍ମୁ-କାଶ୍ମୀରରେ ସ୍ଥିତି ସ୍ୱାଭାବିକ ହୋଇଗଲେ ପୁଣିଥରେ ଉପତ୍ୟକାକୁ ସ୍ୱତନ୍ତ୍ର ରାଜ୍ୟମାନ୍ୟତା ମିଳିବ ବୋଲି ସେ ଆମକୁ କହିଛନ୍ତି।”

ଆହୁରି ପଢ଼ନ୍ତୁ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

You might also like