୨୪ ଘଣ୍ଟା ମଧ୍ୟରେ ଗମ୍ଭୀରଙ୍କୁ କ୍ଷମା ମାଗିବାକୁ କହିଲା ଆପ୍

ନୂଆଦିଲ୍ଲୀ: ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଦିଲ୍ଲୀର ୭ଟି ଆସନ ପାଇଁ ମତଦାନ ହେବ। ହେଲେ ଏହା ପୂର୍ବରୁ ପୂର୍ବ ଦିଲ୍ଲୀ ଲେକସଭା ଆସନର ଆମ୍‌ ଆଦମି ପାର୍ଟି (ଆପ୍) ପ୍ରାର୍ଥୀ ଆତୀଶ ମାରଲେନାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍। ଏହି ଆପତ୍ତିଜନକ ପୋଷ୍ଟରକୁ ନେଇ ଉଭୟ ଦଳ ପରସ୍ପରକୁ ଦାୟୀ କରିଛନ୍ତି।

ତେବେ ଗତକାଲି ଏ ନେଇ ବିଜେପି ପ୍ରାର୍ଥୀ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏବଂ ପ୍ରତିପକ୍ଷ ପ୍ରାର୍ଥୀ ଆତୀଶଙ୍କକୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିବା ସହିତ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଜବାବରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ମଧ୍ୟ ବିଜେପି ଏବଂ ଗୌତମ ଗମ୍ଭୀରଙ୍କୁ ଗତକାଲି ଲିଗାଲ ନୋଟିସ ପଠାଇଛନ୍ତି । ୨୪ ଘଣ୍ଚା ମଧ୍ୟରେ ଳିଖିତ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିବା ସହିତ ଖବରକାଗଜରେ ଏ ନେଇ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି କେଜ୍ରିଓ୍ୱାଲ।

ସୂଚନାଯୋଗ୍ୟ ଯେ, ନିର୍ବାଚନୀ ପ୍ରଚାର ବେଳେ ପୂର୍ବ ଦିଲ୍ଲୀର ଆପ୍ ପ୍ରାର୍ଥୀ ଆତୀଶଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସଂସଦୀୟ କ୍ଷେତ୍ରରେ ଅନେକ ପାମ୍ପଲେଟ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଆପ୍ ପ୍ରାର୍ଥୀ ଆତୀଶ ଆପତ୍ତି ଉଠାଇଥିଲେ ଏବଂ ଏଥିପାଇଁ ଗୌତମ ଗମ୍ଭୀରକୁ ଦାୟୀ କରିଥିଲେ।
ଏହାର ଜବାବରେ ଗୌତମ ଗମ୍ଭୀର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ଆପ୍‌ର ମୁଖ୍ୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ସମାଲୋଚନା କରିଥିଲେ। ନିର୍ବାଚନ ବେଳେ ଆପ୍ ଜାଣିଶୁଣି ଏଭଳି ପାମ୍ପଲେଟ ଲଗାଇ ତାଙ୍କୁ ନିଚା ଦେଖାଉଛି ବୋଲି ସେ କହିଥିଲେ। ନିର୍ବାଚନ ଜିତିବା ପାଇଁ ଆପ୍ ଏଭଳି ପାମ୍ପଲେଟ ପ୍ରସଙ୍ଗକୁ ଆଣି ଅନୁକମ୍ପା ଭୋଟ୍‌ ପାଇବାକୁ ଚେଷ୍ଟା କରୁଛି। ତାଙ୍କ ଘରେ ୫ ଜଣ ମହିଳା ରହିଛନ୍ତି। ତେଣୁ ମହିଳାଙ୍କୁ କିଭଳି ସମ୍ମାନ ଦିଆଯାଏ ସେ ଭଲ ଭାବରେ ଜାଣିଛନ୍ତି ବୋଲି କହିଥିଲେ।

 

ସେପଟେ ପୂର୍ବତନ କ୍ରିକେଟର ହରଭଜନ ସିଂହ ଓ ଭିଭିଏସ୍ ଲକ୍ଷ୍ମଣ ଗମ୍ଭୀରଙ୍କୁ ସମର୍ଥନ କରିଥିଲେ। ଗମ୍ଭୀର ମହିଳାଙ୍କୁ କମେଣ୍ଟ କରିବା ଆଦି ପ୍ରସଙ୍ଗରେ ବହୁ ଉପରେ ବୋଲି ହରଭଜନ ଏବଂ ଲକ୍ଷ୍ମଣ କହିଥିଲେ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like