ସୀମାକୁ ଅନୁପ୍ରବେଶ କରିବ ତ ମରିବ ପାକିସ୍ତାନୀ…

ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ତୟାର ଭାରତୀୟ ସେନା

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ତୟାର ଭାରତୀୟ ସେନା। ପାକ୍ ସୀମାନ୍ତ ପୁଂଚ୍ ସେରରେ ଚାଲିଛି ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ। ଶତ୍ରୁକୁ ମାତ୍ ଦେବାକୁ ଜାଗ୍ରତ ଆମର ବୀର ଯବାନ। ଗତକାଲି ପୁଂଚ୍, ମେଣ୍ଢାର ଓ ରାଜୌରି ଅଂଚଳରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ପ୍ରୟାସ କରିଥିଲା ପାକିସ୍ତାନ। ପାକିସ୍ତାନକୁ କଡା ଜବାବ ଦେବା ସହ ଆତଙ୍କବାଦୀଙ୍କୁ ନିପାତ କରିବାକୁ ପୁରା ପ୍ରସ୍ତୁତ ଅଛନ୍ତି ଆମର ଯବାନ।

ସୀମାରେ ପ୍ରସ୍ତୁତ ସେନାର ବୀର ଯବାନ। ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାକୁ ପୁରାପୁରି ଚାଲିଛି ପ୍ରସ୍ତୁତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଅଭ୍ୟାସ ଚଳାଇଛନ୍ତି ସୁରକ୍ଷାକର୍ମୀ। ଶତ୍ରୁଙ୍କ ଅନୁପ୍ରବେଶ ଉପରେ ପ୍ରତି କ୍ଷଣ ସତର୍କ ଦୃଷ୍ଟି ରଖିଛନ୍ତି ଯବାନ। ଯେତେବେଳେ କେହି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ତାର କଡ଼ା ଯବାବ ଦେଉଛନ୍ତି ବୀର ଯବାନ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଟାର୍ଗେଟକୁ ସମୂଳେ ଧ୍ୱଂସ କରୁଛନ୍ତି। ବଂକରରେ ରହି ସୀମା ଉପରେ ସତର୍କ ଦୃଷ୍ଟି  ବି ରଖିଛନ୍ତି। ପ୍ରସ୍ତୁତ ହୋଇ ରହିଛି ମୋର୍ଟାର, ଟାର୍ଗେଟର କୌଣସି ସନ୍ଧାନ ମିଳିଲେ ନିମିଷକ ମଧ୍ୟରେ ଗୁଳିଗୋଳା ବର୍ଷଣ ହେଉଛି।

ଶୁକ୍ରବାର ସଂଧ୍ୟାରେ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ। ପୁଂଚ ସେରରେ ଗୁଳିଗୋଳା ମାଡ଼ କରିଥିଲେ। ପାକ୍ ଯବାନ ମେଣ୍ଢାର, ନୌସେନା ଓ ରାଜୌରି ସେରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ତେବେ ଏହାର କଡା ଯବାବ ଦେଇଥିଲେ ଆମର ସୈନିକ। ଗୁଳିମାଡ଼ରେ ପାକିସ୍ତାନର ଦୁଇ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି।

ଆତଙ୍କବାଦୀଙ୍କୁ ପଠାଇ ଭାରତରେ ସର୍ବଦା ହିଂସା ସୃଷ୍ଟି କରିବାକୁ ହୀନ ଚକ୍ରାନ୍ତ କରୁଛି ପାକିସ୍ତାନ। ଏଥିଲାଗି ବାରମ୍ବାର ପାକିସ୍ତାନ ପଟୁ ଅସ୍ତ୍ରବିରତ ଉଲଘଂନ ହେଉଛି। ଆଉ ପାକିସ୍ତାନକୁ କଡା ଯବାବ ଦେବାକୁ ସର୍ବତା ପ୍ରସ୍ତୁତ ରହିଛନ୍ତି ଆମର ସୁରକ୍ଷାକର୍ମୀ।

You might also like