ଏବେ ପାକ୍‌ ରେଡିଓରେ ପ୍ରସାରିତ ହେଲା ଜମ୍ମୁ-କାଶ୍ମୀରର ପାଣିପାଗ ରିପୋର୍ଟ

ନୂଆଦିଲ୍ଲୀ:ଭାରତୀୟ ପାଣିପାଗ ବିଭାଗ (IMD) ତା’ର ଜମ୍ମୁ-କାଶ୍ମୀର ସବ୍‌ଡିଭିଜନ ପାଣିପାଗ ରିପୋର୍ଟରେ ପାକ୍‌ ଅଧିକୃତ ଲଦାଖ, ଗିଲଗିତ୍‌-ବାଲ୍ଟିସ୍ତାନ, ମୁଜାଫରବାଦକୁ ସାମିଲ କରିଛି। ମେ’ ୫ ତାରିଖଠାରୁ IMD ତା’ର ବୁଲେଟିନ୍‌ରେ ପାକ୍‌ ଅଧିକୃତ ଏହି ଅଞ୍ଚଳର ପାଣିପାଗ ତଥ୍ୟ ଦେଇ ଆସୁଛି।

ଏହାର ଗୋଟିଏ ଦିନ ପରେ ପାକିସ୍ତାନର ଏକ ସରକାରୀ ରେଡିଓ ଜମ୍ମୁକାଶ୍ମୀରର ପାଣିପାଗ ପୂର୍ବନୁମାନ ପ୍ରସାରିତ କରିଛି। ରେଡିଓ ପାକିସ୍ତାନ ରବିବାର ଏକ ରିପୋର୍ଟରେ ଦର୍ଶାଇଛି, ଜାମ୍ମୁ-କାଶ୍ମୀର ଆକାଶରେ ବାଦଲ ଦେଖା ଦେବ ଏବଂ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ରେଡିଓ ପାକିସ୍ତାନର ପାଣିପାଗ ରିପୋର୍ଟରେ ଶ୍ରୀନଗର, ପୁଲୱାମା, ଜମ୍ମୁ ଏବଂ ଲଦାଖର ସର୍ବନିମ୍ନ ଏବଂ ସର୍ବୋଚ୍ଚ ତାପମାତ୍ରା ସୂଚନା ମଧ୍ୟ ଦିଆଯାଇଛି। ସେତିକି ନୁହେଁ, ରେଡିଓ ପାକିସ୍ତାନରେ କାଶ୍ମୀର ଉପରେ ବିଶେଷ କଭରେଜ କରୁଛି ଯେଉଁଥିରେ ସ୍ୱତନ୍ତ୍ର ଭାବେ ଜମ୍ମୁ-କାଶ୍ମୀରର ଖବର ମଧ୍ୟ ରହୁଛି।

ଏଠିକାର ସରକାରୀ ଟେଲିଭିଜନ ପାକ୍‌ ଟିଭି ମଧ୍ୟ କାଶ୍ମୀର ଖବର ପ୍ରସାରଣ କରିବା ସହ ଘାଟି ସହ ଜଡିତ ସ୍ପେଶାଲ ବୁଲେଟିନ୍‌ ମଧ୍ୟ ପ୍ରସାରିତ କରୁଛି। ତେବେ ପାକିସ୍ତାନ ଏପରି ଖବର ପ୍ରସାରଣକୁ ସେବେଠାରୁ ବଢାଇ ଦେଇଛି ଯେବେଠାରୁ IMD ତା’ର ବୁଲେଟିନ୍‌ରେ ପାକ୍‌ ଅଧିକୃତ ଏହି ଅଞ୍ଚଳର ପାଣିପାଗ ତଥ୍ୟ ପ୍ରସାରଣ କରିବା ଆରମ୍ଭ କରିଛି।

ସୂଚନାଥାଉ କି, ମେ’ ୫ ତାରିଖ IMD ଉତ୍ତର-ପଶ୍ଚିମ ଭାରତର ପାଣିପାଗ ବିବରଣୀ ଦେବାବେଳେ ଏଥିରେ ପାକ୍‌ ଅଧିକୃତ ଏହି ଦୁଇ ଅଞ୍ଚଳକୁ ସାମିଲ କରିଥିଲା। ଏହା ଉପରେ ପ୍ରତିକ୍ରିୟା ଦେଇ IMD ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ‘IMD ତାର ବୁଲେଟିନ୍‌ରେ ସମ୍ପୂର୍ଣ୍ଣ ଜମ୍ମୁ-କାଶ୍ମୀରର ପାଣିପାଗ ରିପୋର୍ଟ ଦେଇଥାଏ। ଆମେ ଏଥିରେ ଗିଲଗିତ୍‌-ବାଲ୍ଟିସ୍ତାନ ଏବଂ ମୁଜାଫରବାଦକୁ ଏଥିପାଇଁ ସ୍ଥାନ ଦେଇଛୁ କାରଣ ଏହା ଭାରତର ଅବିଚ୍ଛିନ୍ନ ଅଙ୍ଗ ଅଟେ। ‘

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like