ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା; ଶିଖ୍‌ ପୁଲିସ ଅଫିସରଙ୍କୁ ଘରୁ ତଡ଼ିଦେଲା

ଇସ୍‌ଲାମାବାଦ: ପୁଣି ପଦାକୁ ଆସିଲା ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ନିର୍ଯାତନାର ଆଉ ଏକ ନମୁନା । ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଛି ପାକ୍। ପାକିସ୍ତାନର ପ୍ରଥମ ଶିଖ୍‌ ପୁଲିସ ଅଫିସର ଗୁଲାବ ସିଂହଙ୍କୁ ଘରୁ ତଡ଼ି ଦେଇଛି ସ୍ଥାନୀୟ ପ୍ରଶାସନ। ତାଙ୍କ ସହ ଧସ୍ତାଧସ୍ତି କରିବା ସହ ତାଙ୍କ ପଗଡ଼ି ଖୋଲିଦିଆଯାଇଥିବା ଅଭିଯୋଗ କରିଛନ୍ତି ଗୁଲାବ ସିଂହ। ଘର ଭିତରେ ସବୁ ଜିନିଷକୁ ତାଲା ପକାଇ ତାଙ୍କ ପରିବାରକୁ ବାହାର କରିଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛ। ନିଜ ସହ ହେଉଥିବା ଏଭଳି ନିର୍ଯାତନା ସମ୍ପର୍କରେ ସେ ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। କେବଳ ସେ ନୁହନ୍ତି ପାକିସ୍ତାନର ଅନେକ ଶିଖ୍‌ ସମ୍ପ୍ରଦାୟର ଲୋକମାନେ ଅସୁରକ୍ଷିତ ରହିଥିବା ସେ ଅଭିଯୋଗ ଆଣିଛନ୍ତି।

ପାକିସ୍ତାନ ପୁଲିସରେ ଟ୍ରାଫିକ୍ ଓ୍ୱାର୍ଡେନ୍‌ ଭାବରେ କାର୍ଯ୍ୟ କରନ୍ତି ଗୁଲାବ ସିଂହ। ଏକ ଜମିଜମା ବିବାଦକୁ ନେଇ ତାଙ୍କୁ ଟାର୍ଗେଟ୍ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଯେଉଁଥି ପାଇଁ ତାଙ୍କୁ ଏଭଳି ନିର୍ଯାତନା ଦିଆଯାଇଥିବା ସେ କହିଛନ୍ତି। ଗତ ମଙ୍ଗବାର ଦିନ ଲାହୋର ପୋଲିସ ଗୁଲାବଙ୍କ ଘରେ ପଶି ତାଙ୍କୁ ବାହାର କରିଦେଇଥିଲେ।

୧୯୪୭ରୁ ଆମେ ଏଠି ରହୁଛୁ ,ଆମକୁ ୧୦ ମିନିଟ୍‌ ସମୟ ତ ଦିଅନ୍ତୁ ବୋଲି ଚିଲ୍ଲାଇ ଚିଲ୍ଲାଇ ଗୁଲାବ ଓ ତାଙ୍କ ପରିବାର ଲୋକ ପୁଲିସକୁ ଗୁହାରୀ କରିଥିଲେ। ହେଲେ ତାଙ୍କ କଥାକୁ କେହି ଶୁଣି ନଥିଲେ। ସେପଟେ ପାକିସ୍ତାନରେ ଶିଖ୍ ସମ୍ପ୍ରଦାୟ ଲୋକମାନଙ୍କ ସହ ଏଭଳି ବ୍ୟବହାରକୁ କଡ଼ା ନିନ୍ଦା କରାଯାଇଛି।sikh protest

ଗତ ମାସରେ ହିଁ ଆତଙ୍କୀ ସଂଗଠନ ତାଲିବାନର ଆକ୍ରମଣରେ ପାକିସ୍ତାନର ଶିଖ୍‌ ଧର୍ମଗୁରୁ ଚରଣଜିତ ସିଂହଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଶିଖ୍‌ ସମ୍ପ୍ରଦାୟର ଲୋକମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପର ଠାରୁ ହିଁ ସେଠାରେ ଥିବା ସଂଖ୍ୟଲଘୁ ଶିଖ୍‌ ସମ୍ପ୍ରଦାୟ ଲୋକଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି।

 

video courtesy: Punjab 9

You might also like
Comments
Loading...