ପାକିସ୍ତାନରେ ସରିଗଲାଣି ଔଷଧ: ଭାରତଠୁ ଆମଦାନି କରିବାକୁ ଚାହୁଁଛି !

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମାସେ ହେବ ସମସ୍ତ ସମ୍ପର୍କ ବାତିଲ୍ ରହିଛି। ଏବେ କିନ୍ତୁ ପାକିସ୍ତାନରେ ଔଷଧ ଶେଷ ହୋଇଯିବା ପରେ ଜୀବନ ବଞ୍ଚାଇବା ପାଇଁ ପୁଣି ଥରେ ଭାରତ ଉପରେ ନିର୍ଭର କରିଛି ପାକିସ୍ତାନ।

ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ବ୍ୟାବସାୟିକ, ସାଂସ୍କୃତିକ ଚୁକ୍ତି ବାତିଲ ରହିଛି। ଏମିତିକି କୂଟନୀତିକ ସମ୍ପର୍କ ମଧ୍ୟ ଦୁର୍ବଳ ରହିଛି।

ଭାରତ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନ ପ୍ରଥମେ ସମସ୍ତ ଚୁକ୍ତି ତା’ ଆଡୁ ବାତିଲ୍ କରିଥିଲା। ଏବେ କିନ୍ତୁ ଆର୍ଥନୀତିକ ସ୍ତରରେ କାଙ୍ଗାଳ ହୋଇପଡ଼ିଥିବା ପାକିସ୍ତାନ ନିଜ ଦେଶରେ ଔଷଧ ଶେଷ ହୋଇଯାଇଥିବାରୁ ଅକଳରେ ପଡ଼ିଛି।

ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଜୀବନ ବଞ୍ଚାଇବା ପାଇଁ ଭାରତର ଗୋଡ଼ ତଳେ ପଡ଼ିଛି। ଦୁଇ ଦେଶ ମଧ୍ୟରେ ଶିଳ୍ପ ସମ୍ପର୍କ ବାତିଲ୍ ରହିଥିଲେ ମଧ୍ୟ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ଭାରତରୁ ଔଷଧ ଆମଦାନୀ କରିବ ବୋଲି ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛି। ଏ ନେଇ ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ୍ ଜିଓ ଟିଭିରେ ଖବର ପ୍ରକାଶ ପାଇଛି। ହେଲେ ଭାରତ ଔଷଧ ରପ୍ତାନୀ କରିବ କି ନାହିଁ ସେ ନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାର ଚୁକ୍ତି ବାତିଲ ହୋଇଥିଲା। ଏହାପରେ ପାକିସ୍ତାନ ତାର ସମସ୍ତ ଜିନିଷରେ ୨୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଥିଲା। ଗତ ୧୬ ମାସ ମଧ୍ୟରେ ପାକିସ୍ତାନ ଭାରତ ପାଖରୁ ୩. ୬ କୋଟି ଡଲାରର ସାପ କାମୁଡ଼ା ଓ କୁକୁର କାମୁଡ଼ା ଇଂଜେକ୍ସନ ଆମଦାନୀ କରିଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like