ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ଇସଲାମାବାଦ: ପାକିସ୍ତାନର ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର୍‌ ଜନ୍ନତ ମିର୍ଜା ପାକିସ୍ତାନ ଛାଡ଼ି ଜାପାନ ଶିଫ୍ଟ ହୋଇଯାଇଛନ୍ତି। ଦେଶ ଛାଡ଼ି ଯିବା ନିଷ୍ପତ୍ତିକୁ ନେଇ ତାଙ୍କର ଫ୍ୟାନ୍ସମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ସେ ଜାପାନରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।

ଯେତେବେଳେ ପାକିସ୍ତାନରେ ଟିକ୍‌ଟକ୍‌ ବ୍ୟାନ୍‌ ହେଲା ସେତେବେଳେ ଜନ୍ନତ ଜାପାନରେ ଥିଲେ। ଏହି ୨୨ ବର୍ଷୀୟ ପାକିସ୍ତାନ ଟିକ୍‌ଟକ୍‌ ଷ୍ଟାରଙ୍କ ଟିକ୍‌ଟକ୍‌ରେ ୧୦ ମିଲିୟନରୁ ଅଧିକ ଫଲୋଅର୍ସ ଥିଲେ।

 

View this post on Instagram

 

ہم زرا بد لحاز سے ہیں۔ کم ہی کسی کو راس آتے ہیں۔✨ Ask me a question.🌚

A post shared by Jannat Mirza (@jannatmirza_) on

ଜନ୍ନତ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଥିଲେ। ଏହି ଫଟୋରେ କମେଣ୍ଟସ୍‌ ଦେଇ ଫ୍ୟାନ୍ସମାନେ ତାଙ୍କୁ ପଚାରିଥିଲେ କେବେ ସେ ପାକିସ୍ତାନ ଫେରିବେ। ଯାହାର ଉତ୍ତରରେ ଜନ୍ନତ କହିଥିଲେ, ସେ ଜାପାନକୁ ଶିଫ୍ଟ କରି ସାରିଛନ୍ତି। ଏଭଳି ନିଷ୍ପତ୍ତି ପଛର କାରଣ ପାକିସ୍ତାନ ଲୋକଙ୍କ ଖରାପ ମାନସିକତା ବୋଲି ସେ କହିଥିଲେ।

 

View this post on Instagram

 

ab theek rahay? 😂

A post shared by Jannat Mirza (@jannatmirza_) on

ଜଣେ ଫ୍ୟାନ୍ସ ଜନ୍ନତକୁ ପ୍ରଶ୍ନ କରିଥିଲେ, ଆପଣ କାହିଁକି ପାକିସ୍ତାନ ଛାଡ଼ୁଛନ୍ତି ? ଏହାର ଉତ୍ତରରେ ଜନ୍ନତ କହିଥିଲେ, ପାକିସ୍ତାନ ବହୁତ ଭଲ, ହେଲେ ପାକିସ୍ତାନବାସୀଙ୍କ ମାନସିକତା ଭଲ ନୁହେଁ।

ଏହାପୂର୍ବରୁ ପାକିସ୍ତାନରେ ଟିକ୍‌ଟକ୍‌ ବ୍ୟାନ୍‌କୁ ଜନ୍ନତ ସମର୍ଥନ କରିଥିଲେ। ସେ କହିଥିଲେ, ମୁଁ ନିଜେ ଚାହୁଁଥିଲି ପାକିସ୍ତାନରେ ଟିକ୍‌ଟକ୍‌ ବ୍ୟାନ୍‌ ହେଉ,ହେଲେ ଏହା ସବୁଦିନ ପାଇଁ ନ ହେବା ଦରକାର। ସେ ଆହୁରି ମଧ୍ୟ କହିଥିଲେ, ପାକିସ୍ତାନରେ ଟିକ୍‌ଟକ୍‌ ବ୍ୟାନ୍‌ ନେଇ ମୋତେ ଖବର ମିଳିଛି, ହେଲେ ମୁଁ ଜାପନରେ ଅଛି।’

You might also like