ପାକ୍‌ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା: କହିଲେ, ଇମ୍ରାନଙ୍କଠାରୁ ଯୋଗୀ ଭଲ

ଲକ୍ଷ୍ନୌ-କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି । ସଂକ୍ରମଣକୁ ରୋକିବା ପାଇଁ , ସଟ୍‌ଡାଉନ୍‌ କରାଯାଉଛି । ତେବେ କରୋନା ପ୍ରତିକାର ପାଇଁ ଯୋଗୀ ଆଦିତ୍ୟନାଥଙ୍କ କାମକୁ ସବୁଆଡେେ ଭୂୟସୀ ପ୍ରଶଂସା କରାଯାଉଛି । ଏପରିକି ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ଯୋଗୀ ଅଦିତ୍ୟନାଥଙ୍କ ବେଶ ତାରିଫ କରାଯାଉଛି । ଖାଲି ପ୍ରଶଂସା ନୁହେଁଳ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କଠାରୁ ମଧ୍ୟ ଆଦିତ୍ୟନାଥ ଭଲ ବୋଲି କୁହାଯାଉଛି ।

ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଦ ଡ୍‌ନ’ର ସମ୍ପାଦକ ଫହଦ୍‌ ହୁସେନ କରୋନା ମୁକାବିଲା ପାଇଁ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ  କରି ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ ପାକ୍‌ ପିଏମ ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟର ତୁଳନା କରିଛନ୍ତି । ଏଥିରେ ସେ ଯୋଗୀଙ୍କ ନେତୃତ୍ୱ ଇମରାନଙ୍କଠାରୁ ଭଲ ବୋଲି କହିଛନ୍ତି ।

ଟ୍ୱିଟର‌ରେ ଫହଦ ଲେଖିଛନ୍ତି ଯେ, ଉତ୍ତର ପ୍ରଦେଶରେ ମୃତ୍ୟୁହାର ବହୁତ କମ୍‌ । ଏଥିସହିତ ସେ ଏକ ଗ୍ରାଫ ଶେୟାର କରି ଲେଖିଛନ୍ତି, ‘ ଏହି ଗ୍ରାଫ ଦେଖନ୍ତୁ, କରୋନାରେ ପାକିସ୍ତାନ ଏବଂ ଭାରତର ଏକ ରାଜ୍ୟ ୟୁପିରେ ହେବାକୁ ଥିବା ମୃତ୍ୟୁର ତୁଳନା କରାଯାଇଛି ।’
ଉଭୟଙ୍କର ଜନସଂଖ୍ୟା, ସାକ୍ଷରତା ଏବଂ ପ୍ରୋଫାଇଲ୍‌ ସମାନ । ଉତ୍ତର ପ୍ରଦେଶ ତୁଳନାରେ ପାକିସ୍ତାନରେ ଘନତ୍ୱ କମ୍‌ । ତଥାପି ଅଧିକ ଜିଡିପି ଥିବା ଦେଶମାନଙ୍କ ମଧ୍ୟରେ ଗୋଟିଏ ।
ସେ ଆହୁରି କହିଛନ୍ତି, ୟୁପିରେ ଲକଡାଉନ କଡାକଡ଼ି ଭାବେ ପାଳନ କରାଯାଉଛି । ହେଲେ ପାକିସ୍ତାନରେ ଏହା କରାଯାଇ ପାରୁନାହିଁ । ସେଥିପାଇଁ ଏଠାରେ ମୃତ୍ୟୁ ହାର ଏବଂ ସଂକ୍ରମଣ ହାର ଅଧିକ । ହେଲେ ଉତ୍ତର ପ୍ରଦେଶରେ କମ୍‌ ।
ଏଠି କହିରଖିବୁ, ଉତ୍ତର ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦,୨୬୧ ଏବଂ ପାକିସ୍ତାନରେ ୯୮, ୯୪୩ । ସେହିପରି ୟୁପିରେ ଏପର୍ଯ୍ୟନ୍ତ କରୋନାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପାକିସ୍ତାନରେ ୨୦୦୨ ଜଣଙ୍କର ମୃତ୍ୟୁ ଘଟିଛି । ।

You might also like