କରୋନାରେ ପାକିସ୍ତାନର ଜଣେ ବିଧାୟିକାଙ୍କର ମୃତ୍ୟୁ

ଇସ୍‌ଲାମାବାଦ: କରୋନାରେ ପାକିସ୍ତାନର ଜଣେ ବିଧାୟିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୬୫ ବର୍ଷୀୟା ବିଧାୟିକା ଶହୀନ ରାଜା। ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳର ବୋଲି ସୂଚନା ମିଳିଛି। ସେ ଚିକିତ୍ସିତ ହେଉଥିବା ହସ୍‌ପିଟାଲ୍ ପକ୍ଷରୁ ତାଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଛି। କରୋନାରେ ନେତାଙ୍କ ମୃତ୍ୟୁ ହେବା ଦକ୍ଷିଣ ଏସୀୟ ରାଷ୍ଟ୍ର ପାଇଁ ଏହା ପ୍ରଥମ ଘଟଣା।

ଶହୀନ ରାଜା ପଞ୍ଜାବର ଏକ ଅଞ୍ଚଳର ବିଧାୟିକା ଥିଲେ। ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କୁ ଲାହୋର୍‌ର ମାୟୋ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍‌ପିଟାଲ୍ ସିଇଓ ଡ. ଅସାଦ ଅସ୍ଲାମ୍‌ କହିଛନ୍ତି।

କରୋନା ପାଇଁ ପାକିସ୍ତାନରେ ଲକ୍‌ଡାଉନ୍‌ ଜାରି ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫, ୮୯୮ ଥିବା ବେଳେ ମୃତ୍ୟୁ ସଂଖ୍ୟା ୯୮୬ ରହିଛି। ମଙ୍ଗଳବାର ଗୋଟିଏ ଦିନରେ ପାକିସ୍ତାନରେ ସର୍ବାଧିକ ୪୬ ଜଣଙ୍କର ମୃତ୍ୟୁ ହୋଇଛି।

You might also like