ସାମ୍ନାକୁ ଆସିଲା ପାକିସ୍ତାନର ଆଉ ଏକ ହୀନ ଚକ୍ରାନ୍ତ; କେବିସି ନାଁରେ ଲୋକଙ୍କୁ ଫସାଇବାକୁ ଉଦ୍ୟମ

ନୂଆଦିଲ୍ଲୀ: ପୁଣି ପାକିସ୍ତାନର ଏକ ହୀନ ଚକ୍ରାନ୍ତ ସାମ୍ନାକୁ ଆସିଛି। ଟେଲିଭିଜନ୍‌ର ସବୁଠାରୁ ଲୋକପ୍ରିୟ ରିଏଲିଟି କ୍ୱିଜ୍‌ ଶୋ’ ‘କୌନ୍‌ ବନେଗା କରୋଡ଼ପତି(କେବିସି)’ ନାଁରେ ଲୋକଙ୍କୁ ଫସାଇବାକୁ ପାକିସ୍ତାନର ଉଦ୍ୟମ କରୁଥିବା ଜଣାପଡ଼ିଛି। 

ସୋସିଆଲ୍‌ ମିଡିଆରେ କେବିସି ନାଁରେ ନକଲି ଗ୍ରୁପ୍ କରି ଲୋକଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଥିବା ନେଇ ଜଣାପଡ଼ିବା ପରେ ଏଥିପ୍ରତି ସତର୍କ ରହିବାକୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଡ୍‌ଭାଇଜରୀ ଜାରି କରାଯାଇଛି।

କେବିସି ନାଁରେ ହ୍ୱାଟସ୍‌ ଆପ୍‌ରେ ଫେକ୍‌ ମେସେଜ୍ ପଠାଇ ଲୋକଙ୍କୁ ଗ୍ରୁପ୍‌ରେ ଆଡ୍ କରାଯାଉଛି। ଏହି ଗ୍ରୁପର ଆଡମିନ୍ ନମ୍ବର ଯଥାକ୍ରମେ 92-3077902877 ଏବଂ 92 3040943299। ଏହା ପାକିସ୍ତାନୀ ନମ୍ବର ବୋଲି ଜଣାପଡ଼ିଛି। ଯଦି ଏହି ନମ୍ବରରୁ କୌଣସି ମେସେଜ୍‌ ଆପଣଙ୍କ ନିକଟକୁ ଆସେ ତେବେ ଏହାକୁ ଅଣଦେଖା କରିବା ପାଇଁ କୁହାଯାଇଛି। ଏଥିସହ ଯଦି ପୂର୍ବରୁ ଗ୍ରୁପ୍‌ରେ ଆଡ୍ ହୋଇଛନ୍ତି ତେବେ ତୁରନ୍ତ ଗ୍ରୁପ୍‌ରୁ ବାହାରି ଯିବାକୁ ପରାମର୍ଶ ଦିଆଯାଇଛି।

ଯଦି ଆପଣ ଚାହୁଁଛନ୍ତି ହ୍ୱାଟସ୍‌ଆପ୍‌ରେ ଗ୍ରୁପ୍‌ ଆଡ୍‌କୁ ନେଇ ସେଟିଙ୍ଗ୍‌ସ୍‌ ବଦଳାଇବା ପାଇଁ ତେବେ ଏମିତି ବଦଳାନ୍ତୁ…  

ଆହୁରି ମଧ୍ୟ ପଢ଼ନ୍ତୁ: ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଏମିତି ପ୍ଲାନ୍‌ କରିଥିଲା ପାକିସ୍ତାନ

You might also like