ପୁଲ୍‌ୱାମା ବଦ୍‌ଲା: ଭାରତର ଆକ୍ରମଣକୁ ରୋକି ନପାରି ଫେରିଗଲା ପାକିସ୍ତାନୀ ବିମାନ

ନୂଆଦିଲ୍ଲୀ: ପୁଲ୍ୱାମା ହମ୍ଲାର ପ୍ରତିଶୋଧ ନେଲା ଭାରତ ନିୟନ୍ତ୍ରଣ ସୀମାରେଖା (ଏଲ୍ଓସି) ପାର୍କରି ପିଓକେରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍କରିଥିବା ସୂଚନା ମିଳିଛି

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରାଜ୍‌ ଫାଇଟର ଜେଟ୍ସ୍ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଫଳରେ ବାୟୁସେନାର ଜୋରଦାର ଆକ୍ରମଣରେ ଆତଙ୍କବାଦୀ ଲଞ୍ଚ୍ପ୍ୟାଡ୍ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆତଙ୍କବାଦୀ ଶିବିର ଉପରେ ହଜାରେ କେଜିରୁ ଅଧିକ ଓଜନର ବୋମା ମାଡ଼ କରାଯାଇଛି। ଭାରତୀୟ ବାୟୁସେନା ସୂତ୍ରରୁ ଏହି ସୂଚନା ମିଳିଛି

ପିଓକେରେ ଭାରତୀୟ ବାୟୁସେନାର ଆକ୍ରମଣ ବେଳେ ପାକିସ୍ତାନର ଏଫ-୧୬ ଫାଇଟର ଜେଟ୍‌ ରୋକିବାକୁ ଆସିଥିଲା। କିନ୍ତୁ ଭାରତର ଆକ୍ରମଣ ଏତେ ପ୍ରଖର ଥିଲା ଯେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ଫେରିଯିବାକୁ ବାଧ୍ୟ ହୋଇଥିଲା। ଭାରତୀୟ ବାୟୁସେନାର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ ଏହି ଆକ୍ରମଣର ନେତୃତ୍ୱ ନେଇଥିଲେ।

ବାୟୁସେନାର ଏହି କ୍ରମଣରେ ପାକିସ୍ତାନରେ ଥିବା ଜୈଶମହମ୍ମଦ ତଙ୍କବାଦୀ ସଂଗଠନର ନିୟନ୍ତ୍ରଣ କକ୍ଷ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ପାକ୍‌ ଅଧିକୃତ କଶ୍ମୀରରେ (ପିଓକେ)ରେ ଥିବା ବାଲାକୋଟ୍‌, ଚକୋଠି ମୁଜାଫରାବାଦ୍‌ରେ ଥିବା ତଙ୍କବାଦୀ ଶିବିର ସଂପୂର୍ଣ ଧ୍ୱଂସ ହୋଇଛି  ୧୨ଟି ମିରାଜ୍‌ ଜେଟ୍୨୦୦୦ ଯୁଦ୍ଧ ବିମାନ ଏହି କ୍ରମଣ କରିଛନ୍ତି  ଭାରତୀୟ ବାୟୁସେନା ସୂତ୍ରରୁ ଏହି ସୂଚନା ମିଳିଛି ପୁଲ୍‌ଓ୍ୱାମା କ୍ରମଣର ପ୍ରତିଶୋଧ ନେବାକୁ ତଙ୍କବାଦୀ ଶିବିର ଉପରେ ବାୟୁସେନା ପକ୍ଷରୁ ଏହି କ୍ରମଣ କରାଯାଇଛି

ଭାରତୀୟ ବାୟୁସେନା ଏହି କ୍ରମଣ ପରେ ଦେଶ ସୀମାରେ ଥିବା ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ୍‌କୁ ହାଇ ଲର୍ଟରେ ରଖାଯାଇଛି  ପାକିସ୍ତାନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ରୋକିବାକୁ ଏହି ପଦକ୍ଷେପ ନିଯାଇଛି  

ଆହୁରି ମଧ୍ୟ ପଢ଼ନ୍ତୁ- ପୁଲ୍‌ୱାମା ବଦ୍‌ଲା: ଆତଙ୍କବାଦୀ ଶିବିର ଉପରେ ୧୦୦୦ କେଜି ଓଜନର ବୋମା ମାଡ଼ କଲା ଭାରତ

You might also like