ପାକିସ୍ତାନ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଲାଇଭ୍‌ ଡିବେଟ୍‌ ଚାଲିଥିବା ବେଳେ ଚେୟାରରୁ ଗଳି ପଡ଼ିଲେ ବିଶ୍ଲେଷକ

ଇସଲାମାବାଦ: ପାକିସ୍ତାନର ଏକ ନ୍ୟୁଜ୍‌ ଚ୍ୟାନେଲର ଲାଇଭ୍‌ ଟିଭି ଡିବେଟ୍‌ ଚାଲିଥିବା ବେଳେ ଜଣେ ବିଶ୍ଲେଷକ(ଆନାଲିଷ୍ଟ୍‌ ) ହଠାତ୍‌ ଗଳି ପଡ଼ିବାନେଇ ଏବେ ଚର୍ଚ୍ଚାରେ ଜୋରଦାର ଚାଲିଛି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତ ୧୬ ତାରିଖରେ କାଶ୍ମୀର ପ୍ରସଙ୍ଗକୁ ନେଇ ଏହି ଆଲୋଚନା ଚାଲୁଥିଲା। ଏଥିରେ ଏହି ବ୍ୟକ୍ତି ଆଲୋଚକ ଭାବେ ଯୋଗ ଦେଇଥିଲେ। ମଜହର ବାର୍ଲାସ୍‌ ନାମକ ଏହି ଆନାଲିଷ୍ଟ୍‌ ଆଲୋଚନା ମଝିରେ ହିଁ ହଠାତ୍‌ ଚେୟାରରୁ ଗଳି ପଡ଼ିଥିଲେ। ଏହି ଘଟଣା ସମସ୍ତଙ୍କୁ ଚମକାଇ ଦେଇଥିଲା। ଏପରିକି ଉପସ୍ଥାପକଙ୍କ ପ୍ରତିକ୍ରିୟା ମଧ୍ୟ କିଛି ଦେଖିବା ଭଳି ଥିଲା।

ଏହି ଭିଡିଓକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ମତ ଦେବା ଆରମ୍ଭ କରିଛନ୍ତି। କେହି କେହି ଏହି ବ୍ୟକ୍ତିଙ୍କ ବାବଦରେ ମତ ରଖୁଥିବାବେଳେ କିଛି ଲୋକ କହିଛନ୍ତି, ଉପସ୍ଥାପକ ବୋଧେ ଚେଷ୍ଟା କରି ମଧ୍ୟ ହସ ରୋକି ପାରୁନାହାନ୍ତି।

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like