ପୁଣି ଗ୍ରେ ଲିଷ୍ଟ୍‌ରେ ପାକିସ୍ତାନ

ଇସ୍‌ଲାମବାଦ: ପୁଣି ପାକିସ୍ତାନକୁ FATF ଝଟକା। ଆସନ୍ତା ଫେବ୍ରୁଆରୀ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସର ଗ୍ରେ ଲିଷ୍ଟରରେ ରହିବ। ବିଶ୍ୱ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା FATF ଏଭଳି ନିଷ୍ପତ୍ତି ନେଇଛି।

ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ FATF ଦେଇଥିବା ୨୭ ସର୍ତ୍ତ ମଧ୍ୟରୁ ପାକିସ୍ତାନ ୬ଟି ପୂରଣ କରିନପାରିବାରୁ ପୁଣି ଥରେ ଏହାକୁ ଗ୍ରେ ଲିଷ୍ଟରେ ରଖାଯାଇଛି। ଯଦି ଫେବ୍ରୁଆରୀ ମଧ୍ୟରେ ପାକିସ୍ତାନ ସମସ୍ତ ସର୍ତ୍ତ ପୂରଣ ନକରେ। ତେବେ ତାକୁ ବ୍ଲାକ ଲିଷ୍ଟ କରିପାରେ FATF।

ପାକିସ୍ତାନ ଭିତରେ ଚାଲିଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ନିଜେ ଇମ୍ରାନ ସରକାର କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ପାକିସ୍ତାନ ଗ୍ରେ ଲିଷ୍ଟରେ ରହୁଛି।

ଏହାଛଡ଼ା ଟେରର ଫଣ୍ଡିଂ, ମନି ଲଣ୍ଡରିଂରେ ପାକିସ୍ତାନର ଭୂମିକା ରହିଛି। ଆଫଗାନିସ୍ଥାନ ବିରୋଧରେ ପାକିସ୍ତାନର ଭୂମିକାକୁ ମଧ୍ୟ ନାପସନ୍ଦ କରିଛନ୍ତି ଆମେରିକା, ୟୁକେ, ଫ୍ରାନ୍ସ ଓ ଜର୍ମାନୀ। ଗ୍ରେ ଲିଷ୍ଟରେ ରହିବା ଯୋଗୁ ପାକିସ୍ତାନ କୌଣସି ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହେବ।

ଏମିତିକି IMF, ଓ୍ୱାର୍ଲଡ ବ୍ୟାଙ୍କ, ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ପ୍ରମୁଖ ପାକିସ୍ତାନକୁ ଆର୍ଥିକ ସହାୟତା ଦେବେ ନାହିଁ। ପାକିସ୍ତାନ ଗ୍ରେ ଲିଷ୍ଟରୁ ବାହାରିବାକୁ ୩୯ଟି ଭୋଟ ମଧ୍ୟରୁ ୧୨ଟି ଭୋଟ ଆବଶ୍ୟକ।

ତେବେ ପାକିସ୍ତାନ ପାଖରେ ମାତ୍ର ୩ଟି ଭୋଟ ରହିଛି। ସେମାନେ ହେଲେ ଚୀନ, ମାଲେସିଆ ଓ ତୁର୍କୀ। ତେବେ ବ୍ଲାକ ଲିଷ୍ଟକୁ ଗଲେ ପାକିସ୍ତାନ ଉପରେ ବିଶ୍ୱର ସମସ୍ତ ଦେଶ ଆର୍ଥିକ ପ୍ରତିବନ୍ଧକ ଲଗାଇବେ।  ଏବେ FATFର ବ୍ଲାକ ଲିଷ୍ଟରେ ଅଛନ୍ତି ଉତ୍ତର କୋରିଆ ଓ ଇରାନ।

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

You might also like