ବେଆଇନ କବ୍‌ଜାକୁ ଲୁଚାଇବାକୁ ପାକିସ୍ତାନର ପ୍ରୟାସ

ନୂଆଦିଲ୍ଲୀ: ବିବାଦୀୟ ଗିଲ୍‌ଗିଟ୍-ବାଲଚିସ୍ତାନ ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ୍। ଏହି ବିବାଦୀୟ ଅଞ୍ଚଳକୁ ପାକିସ୍ତାନ ନିଜର ଅସ୍ଥାୟୀ ପ୍ରଦେଶ ବା ପ୍ରୋଭିଜନାଲ୍ ପ୍ରୋଭିନ୍ସ ମାନ୍ୟତା ଦେବା ନେଇ ନିଷ୍ପତ୍ତି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ।

ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ବେଆଇନ କବ୍‌ଜାକୁ ଲୁଚାଇବାକୁ ଏଭଳି ପ୍ରୟାସ କରିଛି ପାକିସ୍ତାନ। ଏହା ଆଇନତଃ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ ଅବୈଧ ଓ ଜବରଦସ୍ତି କବ୍‌ଜା କରି ଅଞ୍ଚଳର ଭୌତିକ ପରିବର୍ତ୍ତନ ଆଣିବାକୁ ପାକିସ୍ତାନର ପ୍ରୟାସକୁ ଭାରତ ଦୃଢ଼ତାର ସହ ଅସ୍ୱୀକାର କରୁଛି।

ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସହ ଗିଲଗିଟ୍-ବାଲ୍‌ଚିସ୍ତାନ ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ କହିଛନ୍ତି। ପାକିସ୍ତାନ ତୁରନ୍ତ ଏହି ଜବରଦଖଲ ଅଞ୍ଚଳକୁ ଖାଲି କରୁ ବୋଲି ସେ ଦାବି କରିଛନ୍ତି।

You might also like