ପୁଣି କରୋନା ଟେଷ୍ଟ କରିବେ ଇମ୍ରାନ୍‌ ଖାନ୍‌, ଏଇସବୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି

ଇସଲାମବାଦ: କରୋନା କବ୍‌ଜାରେ ସାରା ବିଶ୍ୱ। ସବୁ ପ୍ରକାର ସତର୍କତା ସତ୍ତ୍ୱେ ଏହି ରୋଗକୁ ନିୟନ୍ତ୍ରଣ କରି ହେଉନି। ବଡ ବଡ ନେତା ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଟେଷ୍ଟ କରାଇଥିଲେ । ଅବଶ୍ୟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏବେ ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି ।

ପାକିସ୍ତାନର ନାଶନାଲ ଆସେମ୍ଲିର ସ୍ପିକର ଅସଦ କ୍ୱାସିର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ନମୂନା ପରୀକ୍ଷା ପରେ ଗୁରୁବାର ଏହି କଥା ଜଣାପଡ଼ିଥିଲା। ତେବେ ସବୁଠାରୁ ବଡ କଥା ହେଉଛି ଅସଦ୍‌ ୨୪ ଏପ୍ରିଲ୍‌ରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଭେଟିଥିଲେ। ପାକ୍‌ ମିଡିଆ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଅସଦ୍‌ଙ୍କ ପୁଅ-ଝିଅ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ଇମ୍ରାନଙ୍କ ପୁଣି ନମୂନା ପରୀକ୍ଷା କରାଯିବ ।

ଅନ୍ୟ ଏକ ଖବରରୁ ଜଣାଯାଇଛି, ପାକିସ୍ତାନର ଇଘୀ ଫାଉଣ୍ଡେସନର ଚେୟାରମ୍ୟାନ ଫୈସଲ ଇଘି ଇମ୍ରାନ ଖାନ୍‌ଙ୍କୁ ସାକ୍ଷାତ କରିଥିଲେ। ଫୈସଲ ପାକ୍‌ ସରକାରଙ୍କୁ କରୋନା ମୁକାବିଲା ପାଇଁ ୧୦ ମିଲିଅନ ଆର୍ଥିକ ସହାୟତା ଦେବା ପାଇଁ ଚାହୁଁଥିଲେ। ଏ ନେଇ ସେ ଚେକ୍‌ ଦେବାକୁ ଇମ୍ରାନଙ୍କ ପାଖକୁ ଆସିଥିଲେ। ହେଲେ ପରେ ଫୈସଲଙ୍କର ଯେତେବେଳେ କରୋନା ପରୀକ୍ଷା କରାଗଲା ପଜିଟିଭ ଆସିଥିଲା। ତେଣୁ ଏ କ୍ଷେତ୍ରରେ ମଧ୍ୟ ଇମ୍ରାନଙ୍କ ପାଇଁ ବିପଦ ଥିବାରୁ ତାଙ୍କର ଆଉଥରେ କରୋନା ଟେଷ୍ଟ ହେବ।

ଏଠି କହିରଖିବୁ, ପାକିସ୍ତାନ ଦକ୍ଷିଣ ସିନ୍ଧ ପ୍ରାନ୍ତର ଗଭର୍ଣ୍ଣର ମଧ୍ୟ ଏହା ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ।

ସୂଚନାଥାଉ କି, ପାକିସ୍ତାନରେ ୧୬ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା ୩୫୮ ଲୋକଙ୍କର ମୃତ୍ୟୁ ଘଟିଲାଣି।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

You might also like