ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ହୁଅନ୍ତୁ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ

ଇସ୍‌ଲାମାବାଦ୍‌ : ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ହୁଅନ୍ତୁ ବୋଲି ଆଶା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ। ଚଳିତ ସାଧାରଣ ନିର୍ବାଚନରେ ବିଜେପି ନିର୍ବାଚନ ଜିଣି କ୍ଷମତା ଦଖଲ କଲେ ଭାରତ -ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧାର ହେବ।

ଦ୍ୱିତୀୟ ଥର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।ନୂଆଦିଲ୍ଲୀ-ଇସଲାମାବାଦ ମଧ୍ୟରେ କୁଟନୈତିକ ସମ୍ପର୍କ ପୂର୍ବାପେକ୍ଷା ସୁଧାର ଆସିବ।  ପ୍ରଥମ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏଭଳି ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।

କାହିକିଁନା ଇମରାନ୍ ଖାନ୍ କହିଛନ୍ତି ଯେ, କଂଗ୍ରେସ ଯଦି ସରକାରକୁ ଆସେ ତେବେ କଶ୍ମୀର ମାମଲା ଅଧିକ ଦୁର୍ବଳ ସାବ୍ୟସ୍ତ ହେବ। କାଶ୍ମୀର ସମସ୍ୟାର ସମାଧାନ କ୍ଷେତ୍ରରେ କଂଗ୍ରେସ ପଛଘୁଞ୍ଚା ଦେବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ କିଛି ବିଦେଶୀ ସାମ୍ବାଦିକଙ୍କୁ ସାକ୍ଷାତକାର ଦେବା ଅବସରରେ ଭାରତୀୟ ରାଜନୀତି ଏବଂ ନିର୍ବାଚନ ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ଗତ କିଛି ମାସ ଧରି ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଅତି ଖରାପ ହୋଇଥିବା ବେଳେ ପିଏମ୍ ଇମରାନଙ୍କ ମନ୍ତବ୍ୟ ବେଶ୍ ଗୁରୁତ୍ୱ ରଖୁଛି। ତେବେ ଇମରାନ ଖାନ୍‌ଙ୍କ ଏଭଳି ପ୍ରତିକ୍ରିୟା ପରେ ଦେଶରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

You might also like