ରାଜନୀତିକୁ ଫେରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ !

ନୂଆଦିଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଦୀର୍ଘ ଏକ ବର୍ଷ ଅନ୍ତର୍ଦ୍ଧାନ ରହିବା ପରେ ଦେଶର ରାଜନୀତିକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ ଇମ୍ରାନ ଖାଁ ସରକାର ବିରୋଧରେ ଆନ୍ଦୋଳନ କରିବା ପାଇଁ ରବିବାର ଡିଜିଟାଲ ସମ୍ମେଳନର ଅୟୋଜନ କରିଛନ୍ତି । ଦେଶର ତିନି ବିରୋଧୀ ଦଳକୁ ନେଇ ଏହି ସମ୍ମେଳନ କରାଯାଇଥିଲା । ଏହି ସମ୍ମେଳନରେ ଭାଗ ନେବା ପାଇଁ ସେ ନବାଜ ସରିଫଙ୍କୁ ଆମନ୍ତ୍ରଣ କରିଥିଲେ ।
ସୂଚନାଥାଉ କି, ପାକିସ୍ତାନ ମୁସ୍‌ଲିମ୍ ଲିଗ୍‌ ନବାଜ(ପିଏମଏଲ-ଏନ)ର ମୁଖ୍ୟ ନବାଜଙ୍କ ସ୍‌:ାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ଚିକିତ୍ସା ପାଇଁ ଲାହୋର ଉଚ୍ଚ ନ୍ୟାୟାଳୟ ତାଙ୍କୁ ୪ ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ଦେଇଥିଲା । ଏହାପରଠାରୁ ନବାଜ ନଭେମ୍ବର ମାସରୁ ଲଣ୍ଡନରେ ରହି ଆସୁଛନ୍ତି ।
ପାକିସ୍ତାନରେ ତିନି ତିନି ଥର ପ୍ରଧାନମନ୍ତ୍ରୀ ଥିବା ନବାଜ ସରିଫ, ତାଙ୍କର ଝିଅ ମରିୟମ ଏବଂ ଜ୍‌:ାଇଁ ମହମ୍ମଦ ସଫଦରଙ୍କୁ ଜୁଲାଇ ୬ ୨୦୧୮ରେ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।ସରିଫଙ୍କୁ ୨୦୧୮ ଡିସେମ୍ବରରେ ଅଲ ଅଜିଜିଆ ଇସ୍ପାତ ମିଲ୍‌ ମାମଲାରେ ୭ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇ ଦିଆଯାଇଥିଲା । ପରେ ଜାମିନ ପାଇ ଜେଲରୁ ମୁକ୍ତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ  ଅନୁମତି ଦିଆଯାଇଥିଲା ।
ସରିଫଙ୍କ ଅଧିବକ୍ତାଙ୍କ କହିବା ଅନୁଯାୟୀ, ୮ ସପ୍ତାହ ପରେ ତାଙ୍କୁ ଫେରିବା ପାଇଁ କୁହାଯାଇଥିଲା । ହେଲେ ସ୍‌:ାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ସେ ଫେରି ପାରି ନ ଥିଲେ । ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ଜରଦାରୀ ଶୁକ୍ରବାର ଫୋନରେ ସରିଫଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ଡିଜିଟାଲ ସମ୍ମେଳନ ପାଇଁ ଆମନ୍ତ୍ରଣ କରିଥିଲେ । ସରିଫଙ୍କ ଉତ୍ତରାଧିକାରୀ ତଥା ତାଙ୍କ ଝିଅ ମରିୟମ ଏଥିପାଇଁ ଜରଦାରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସମ୍ମେଳନରେ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରିବେ । ବିରୋଧୀ ଦଳଙ୍କ ଅଭିଯୋଗ କରିଛନ୍ତି, ଇମ୍ରାନ ସରକାର ଦରଦାମ ବୃଦ୍ଧି, ଗରିବି ସମସ୍ୟାର ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।
ଏହି ସମ୍ମିଳନୀରେ ସରିଫ ଭାଗ ନେବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି । ତେବେ ଦଳର ସାଂସଦ ମୁସଦ୍ଦିକ ମଲିକ ଏକ ଟିଭି ଚାନେଲକୁ ସାକ୍ଷାତ ଦେଇ କହିଛନ୍ତି, ସରିଫ ଏହି ବୈଠକକୁ ସମ୍ବୋଧିତ କରିବେ । ଏହି ସମ୍ମଳନୀରେ ସରିଫଙ୍କ ଝିଅ ମରିୟମ ଭାଗ ନେବେ ବୋଲି ମଧ୍ୟ ସେ କହିଛନ୍ତି ।
ଦୀର୍ଘଦିନର ନିରବତା ପରେ ପୁଣି ରାଜନୀତିକୁ ଫେରିବେ କି ନବାଜ ସରିଫ

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like