ଇମ୍ରାନ ଖାନ୍‌ କରୋନା ଆକ୍ରାନ୍ତ; ଦୁଇଦିନ ତଳେ ନେଇଥିଲେ ଚାଇନା ଟିକା

ଇସ୍‌ଲାମବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ଆକ୍ରାନ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଶେଷ ସହୟକ ଟୁଇଟ କରି ଏହି ସୂଚନା ଦେଇଛନ୍ତି। କରୋନା ରିପୋର୍ଟ ପାଇବା ପରେ ଇମ୍ରାନ ହୋମ ଆଇସୋଲେସନରେ ଅଛନ୍ତି।

ପାକିସ୍ତାନରେ ଏବେ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ଲୋକ ଏବଂ ସ୍ୱାସ୍ଥ୍ୟ କର୍ମୀ ଟିକା ନେଉଛନ୍ତି। ଇମ୍ରାନଙ୍କ ଡାକ୍ତରଙ୍କ ସୂଚନା ଅନୁଯାୟୀ ସେ ଚାଇନା ଦ୍ୱାରା ପ୍ରସ୍ତୁତ ‘ସିନୋଫର୍ମ’ ଟିକା ନେଇଥିଲେ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଇମ୍ରାନ ଖାନ୍‌ ଦୁଇ ଦିନ ତଳେ ଚାଇନା ପ୍ରସ୍ତୁତ କରୋନା ଟିକାର ଡୋଜ୍‌ ନେଇଥିଲେ। ମାର୍ଚ୍ଚ ୧୮ରେ ସେ କରୋନା ଟିକା ନେଇଥିଲେ। ଏହା ପରେ ସେ ପାକିସ୍ତାନ ଜନତାଙ୍କୁ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ନିୟମ କଡାକଡି ପାଳନ କରିବାକୁ ଆହ୍ୱାନ ଦେଇଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟିକା ନେବା ପରେ ପିଏମ୍‌ଓ ପକ୍ଷରୁ ଟ୍ୱିଟ କରି କୁହାଯାଇଥିଲା, ‘ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆଜି ଟିକା ନେଇଛନ୍ତି।  ଏହି ଅବସରରେ ସେ ମହାମାରୀର ତୃତୀୟ ଫେଜକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତିର  କାର୍ଯ୍ୟକାରିତାକୁ ନିଶ୍ଚିତ କରିବାକୁ ଦେଶର ଲୋକଙ୍କୁ ଅନୁରୋଧ କରିଥିଲେ।

 

You might also like