ବଳାତ୍କାର ରୋକିବାକୁ ପରାମର୍ଶ ଦେଇ ଫସିଗଲେ ଇମ୍ରାନ, ଭିଡିଓ ସେୟାର କରି ଟ୍ରୋଲ କଲେ ୟୁଜର୍ସ

ଇସ୍‌ଲାମବାଦ୍‌:ପାକିସ୍ତାନରେ ରେପ୍‌ ଘଟଣା ଲଗାତାର ବଢି ଚାଲିଛି। ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଜାଣି ନ ଥିଲେ, ନିଜେ ଦେଇଥିବା ପରାମର୍ଶକୁ ନେଇ ଏମିତି ଫସିଯିବେ ବୋଲି। ଏବେ ଇମ୍ରାନଙ୍କର ଏକ ଉପଦେଶକୁ କଡା ଜବାବ ଦେଇଛନ୍ତି ୟୁଜର୍ସ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ପାକିସ୍ତାନରେ ରେପ୍‌ ଘଟଣା ବଢୁଥିବାରୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ ମିହଳାଙ୍କୁ ପର୍ଦ୍ଦା ପ୍ରଥାକୁ ଫେରିବାକୁ କହିଥିଲେ। ଏହି ବୟାନ ପରେ ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କୁ ବେଶ ଟ୍ରୋଲ କରିଛନ୍ତି।  ୟୁଜର୍ସ ଇମ୍ରାନଙ୍କର ଏକ ପୁରୁଣା  ଭିଡିଓ ଭାଇରାଲ କରିଛନ୍ତି। ଏହି ଭିଡିଓରେ ଇମ୍ରାନ ବିକିନ୍‌ ପିନ୍ଧିଥିବା ଜଣେ ମହିଳାଙ୍କ ସହ ସମୁଦ୍ର ସ୍ନାନ କରୁଥିବା ଦେଖିବାକୁ ମିଳିଛି।

ଅଶ୍ଳିଳତା ପାଇଁ ଇମ୍ରାନ ଭାରତ ଏବଂ ୟୁରୋପକୁ ଦୋଷୀ ସାବ୍ୟସ୍ତ କରିଛି। ଇମ୍ରାନ ଜନତାଙ୍କ ସହ ସିଧାସଳଖ କଥାବାର୍ତ୍ତା ସମୟରେ କହିଥିଲେ, ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ରୋକିବା ପାଇଁ ଲୋକଙ୍କ ସହଯୋଗ ଦରକାର। ସେ କହିଥିଲେ, ଏଥିପାଇଁ ଆମକୁ ପର୍ଦ୍ଦାପ୍ରଥା ସଂସ୍କୃତିକୁ ଉତ୍ସାହିତ କରିବାକୁ ପଡ଼ିବ। ସେତିକି ନୁହେଁ, ସେ ଦିଲ୍ଲୀକୁ ରେପ କ୍ୟାପିଟାଲ ବୋଲି କହିଥିଲେ। ସେହିପରି ୟୁରୋପରେ ଅଶ୍ଳିଳତା ସେମାନଙ୍କର ପାରିବାରିକ ଜୀବନକୁ ନଷ୍ଟ କରି ଦେଇଛି ବୋଲି କହିଥିଲେ। ତେଣୁ ଅଶ୍ଳିଳତାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ଲୋକ ଆଗେଇ ଆସିବା ଉଚିତ୍ ବୋଲି ଆହ୍ୱାନ ଦେଇଥିଲେ।

ହେଲେ ଏବେ ଏହି ବୟାନ ପାଇଁ ଇମ୍ରାନ ଟ୍ରୋଲ କରିଛନ୍ତି ୟୁଜର୍ସ। ଏକ ଭିଡିଓ ଶେୟାର କରି ଇମ୍ରାନଙ୍କର ପର୍ଦ୍ଦା ପରାମର୍ଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପୁରୁଣା ଭିଡିଓରେ ଦେଖିବାକୁ ମିଳିଛି ଇମ୍ରାନ ଅଣ୍ଡରଓୟାର ପିନ୍ଧିଛନ୍ତି। ତାଙ୍କ ସହ ଜଣେ ମହିଳା ମଧ୍ୟ ଅଛନ୍ତି ଯିଏ ବିକିନ୍‌ ପିନ୍ଧିଛନ୍ତି। ଉଭୟେ ସମୁଦ୍ର ସ୍ନାନ କରି ବାହାରୁଥିବା ଏଥିରେ ଦେଖିବାକୁ ମିଳିଛି।

ଏହି ଭିଡିଓ ଟୁଇଟ କରି ୟୁଜର୍ସ  ଲେଖିଛନ୍ତି, ‘ଇମ୍ରାନ ପର୍ଦ୍ଦା ଉପରେ ଭାଷଣ ଦେଉଛନ୍ତି ହେଲେ ନିଜେ ବିଚ୍‌ରେ ଏମିତି ବିକିନ ପିନ୍ଧା ମହିଳାଙ୍କ ସହ ସମୁଦ୍ରରେ ଗାଧଉଛନ୍ତି?’ ଏଠି କହିରଖିବୁ, ଇମ୍ରାନଙ୍କର ଏହି ଭିଡିଓ ଖୁବ୍‌ ପୁରୁଣା। କ୍ରିକେଟ ଷ୍ଟାର ଥିବା ସମୟର। ଇମ୍ରାନଙ୍କ ଏହି ଭିଡିଓ ଏବେ ତାଙ୍କ ବେକରେ ଫାଶ ପରି ଝୁଲୁଛି।

You might also like