ମେଡ଼େ…ମେଡ଼େ…ଏମିତି ଥିଲା ପାଇଲଟ୍ଙ୍କ ଶେଷ ଆର୍ତ୍ତ ଚିତ୍କାର
କରାଚୀ: ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନଟି ଲ୍ୟାଣ୍ଡିଂ କରିବାର ମାତ୍ର କେଇ ମିନିଟ୍ ପୂର୍ବରୁ ଏହା ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା।
ତେବେ କେମିତି ଖସିଲା ବିମାନ ? କାହିଁକି ଖସିଲା ? ଏନେଇ ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି। ଏ ନେଇ ଚାଲିଛି ଖୋଳତାଡ଼। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କିଛି କ୍ଷଣ ପୂର୍ବରୁ ଏହାର ପାଇଲଟ୍ ଓ କରାଚି ସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ATC ମଧ୍ୟରେ ହୋଇଥିବା ବାର୍ତ୍ତାଳାପର କିଛି ଅଂଶ ଏବେ ସାମ୍ନାକୁ ଆସିଛି।
ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଏହାର ଅଡ଼ିଓରେ ରହିଛି ପାଇଲଟଙ୍କ ଶେଷ ଆର୍ତ୍ତ ଚିତ୍କାର। ବିଶ୍ୱରେ ବିମାନ ଉଡ଼ାଣ ଉପରେ ନଜର ରଖୁଥିବା LIVE ATC.NET ଭଳି ଜଣାଶୁଣା ୱେବସାଇଟରେ ପାଇଲଟ୍ ହାଜିଦ୍ ଗୁଲ୍ ଏବଂ ଏଟିସି ମଧ୍ୟରେ ହୋଇଥିବା ଶେଷ ବାର୍ତ୍ତାଳାପର ଅଡିଓକୁ ପୋଷ୍ଟ କରଯାଇଛି । ଏଥିରେ ପାକିସ୍ତାନ ବିମାନ-୮୩୦୩ର ପାଇଲଟ୍ ହାଜିଦ୍ ଗୁଲ୍ ଉଭୟ ଇଞ୍ଜିନ ଅଚଳ ହୋଇପଡ଼ିଥିବା ଏବଂ ନିୟନ୍ତ୍ରଣ ହରାଇଥିବା ନେଇ ଏଟିସିକୁ ଜଣାଉଛନ୍ତି । ପରେ ପରେ ପରସ୍ପର ମଧ୍ୟରେ କିଛି ସମୟ ଧରି ସୂଚନା ଆଦାନ ପ୍ରଦାନ ହୋଇଥିଲା । ଏହାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ସାଙ୍କେତିକ ଶଦ୍ଦ ମେଡେ…ମେଡେ…ମେଡେ ବୋଲି ପାଇଲଟ୍ ଜଣକ ୩ ଥର ଉଚ୍ଚାରଣ କରିଥିଲେ।
ଏହାପରେ ଏଟିସି ପକ୍ଷରୁ ପରବର୍ତ୍ତୀ ସୂଚନା ଯାଇଥିଲେ ବି ଅଡିଓ ବାର୍ତ୍ତାଟି ସେତିକିରେ ଶେଷ ହୋଇଯାଇଛି। ଏହା ପରେ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମେଡ଼େ…ମେଡ଼େ…ର ଅର୍ଥ ହେଉଛି, ଯେତେବେଳେ ଉଡ଼ନ୍ତା ଅବସ୍ଥାରେ ବିମାନରେ କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜେ କିମ୍ବା ବିମାନର ଇଞ୍ଜିନ ଅଚଳ ହୋଇଯାଏ, ସେତେବେଳେ ପାଇଲଟ୍ ଏହି ସାଙ୍କେତିକ ଶଦ୍ଦ ବ୍ୟବହାର କରି ଅବଗତ କରିଥାନ୍ତି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍କୁ।
ସେହି ଶେଷ ମୁହୁର୍ତ୍ତର ବାର୍ତ୍ତାଳାପର ଅ଼ଡିଓ ଶୁଣନ୍ତୁ…
PIA Plane Crash Audio Recording: Last conversation b/w Pilots & the ATC !!
We Have Lost Engine ~ Last Words From PILOT 😢#planecrash pic.twitter.com/ajrrPvdnYE
— Ahmed Shehwar (@AhmedShehwar1) May 22, 2020