ପୁଣି ମିଛ କହି ଧରା ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ମିଛ କହିଲା ପାକିସ୍ତାନ। ଗୋଟିଏ ସପ୍ତାହରେ ୩ଟି ମିଛ। ତା’ ପୁଣି ଆତଙ୍କବାଦକୁ ନେଇ। ପାକିସ୍ତାନର ଏହି ମିଛକୁ ପଦାରେ ପକାଇଛି United Nations Security Council (UNSC)। ଆତଙ୍କବାଦକୁ ନେଇ ପାକିସ୍ତାନର ସମସ୍ତ ମିଛ ଏବଂ ଧୋକ୍କାବାଜିକୁ ଗତ ସପ୍ତାହରେ ଲୋକଲୋଚନକୁ ଆଣିଛି ।

ଗତ ସପ୍ତାହରେ ପାକିସ୍ତାନ କହିଥିବା ୩ଟି ବଡ଼ ବଡ଼ ମିଛ ଧରାପଡ଼ିଛି। ପ୍ରଥମତଃ ପାକିସ୍ତାନ ସବୁବେଳେ କହି ଆସୁଥିଲା ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ନାହିଁ। କିନ୍ତୁ ଗତ ସପ୍ତାହରେ ପାକ୍‌ ସରକାର UNSC ବ୍ୟାନ କରିଥିବା ଆତଙ୍କବାଦୀ ସଂଗଠନର ତାଲିକା ଜାରି କରିବା ପରେ ଦାଉଦ ଇବ୍ରାହିମ୍‌ କରାଚି ସହରରେ ରହିଥିବା କହିଥିଲା ପାକିସ୍ତାନ।

ସେହିପରି ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଛି। ପୁଲୱାମା ଆକ୍ରମଣ ଘଟଣାରେ ଏନଆଇଏ ପକ୍ଷରୁ ଜାରି ଚାର୍ଜସିଟକୁ ଭିତ୍ତିହୀନ ବୋଲି କହି ଖାରଜ କରି ଦେଇଥିଲା ପାକିସ୍ତାନ। ପାକିସ୍ତାନର ବିଦେଶ କାର୍ଯ୍ୟାଳୟ ପ୍ରବକ୍ତା  ଜାହିଦ ହଫିଜ ଚୌଧୁରୀ କହିଛନ୍ତି, ଭାରତ ଏହି ଆକ୍ରମଣ ଘଟଣାରେ କୌଣସି ବିଶ୍ୱସନୀୟ ପ୍ରମାଣ ଦେବାରେ ଅସଫଳ ହୋଇଛି। ଭାରତ ଏହାକୁ ପାକିସ୍ତାନ ବିରୋଧୀ ପ୍ରୋପାଗଣ୍ଡା ଭାବେ ବ୍ୟବହାର କରୁଛି ବୋଲି ସେ ଅଭିଯୋଗ ଆଣିଥିଲେ।

ପାକିସ୍ତାନର ତୃତୀୟ ମିଛ ଥିଲା  UNSC ସମ୍ପର୍କିତ ଥି। ପାକିସ୍ତାନ ପାଇଁ ସବୁଠାରୁ ବଡ ଲଜ୍ଜାଜନକ ଥିଲା ଯେତେବେଳେ ସୁରକ୍ଷା ପରିଷଦ ଅଧ୍ୟକ୍ଷ ମଙ୍ଗଳବାର କହିଥିଲେ, ୨୪ ଅଗଷ୍ଟରେ ନ୍ୟୁୟର୍କରେ ହୋଇଥିବା ବୈଠକରେ ପାକିସ୍ତାନ ଦ୍ୱାରା ଜାରି ବୟାନକୁ ରେକର୍ଡ ଭାବେ ନିଆଯାଇ ପାରିବ ନାହିଁ। କାରଣ ଏହା ପାକିସ୍ତାନ ଦୂତ ମୁନୀର ଅକରମଙ୍କ ଦ୍ୱାରା କରାଯାଇ ନ ଥିଲା।

ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅନୁରାମ ଶ୍ରୀବାସ୍ତବ କହିଛନ୍ତି, UNSCର ଏହି ବୈଠକରେ ଆଲୋଚନା କେବଳ ସଦସ୍ୟଙ୍କ ମଧ୍ୟରେ ହୋଇଥାଏ। ଆମେ ଅଧ୍ୟକ୍ଷତା କରୁଥିବା ଇଣ୍ଡୋନେସିଆକୁ ଏହାର ସ୍ପଷ୍ଟୀକରଣ ମାଗିଥିଲୁ। ହେଲେ ଅନୌପଚାରିକ ଭାବେ ଆମକୁ କୁହାଯାଇଥିଲା, ଯେ କୌଣସି ଅଣ ସଦସ୍ୟ ଏଥିରେ କହିବାରେ ଆପତ୍ତି ନାହିଁ। ହେଲେ ଶେଷରେ ଏହି ବୟାନକୁ ରେକର୍ଡ ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସୁରକ୍ଷା ପରିଷଦ ଅଧ୍ୟକ୍ଷ କହିଛନ୍ତି।

You might also like