ଖଲିସ୍ତାନ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ; ଭାରତ, କାନାଡାକୁ ବିପଦ

ଅଟାବା: ଯେତେ ଯାହା କଲେ ବି ପାକିସ୍ତାନ ତାର ପୁରୁଣା ଖୋଇ ଛାଡ଼ି ପାରୁନି । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ମୋଦି ସରକାର ଦୃଢ ହସ୍ତରେ ଦମନ କରିବା ପରେ ଏବେ ପାକିସ୍ତାନ ଆଉ ଏକ ଚାଲ ଖେଳିବାକୁ ଯାଉଛି । ଏବେ ପାକିସ୍ତାନ ଖଲିସ୍ତାନ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଛି । କାନାଡାର ଏକ ପ୍ରମୁଖ ଥିଙ୍କ ଟ୍ୟାଙ୍କ ଏମଏଲ ଇନ୍‌‌ଷ୍ଟିଚ୍ୟୁଟରୁ ପ୍ରକାଶିତ ଖବର ଅନୁଯାୟୀ, ପାକିସ୍ତାନ ଆର୍ଥିକ ସହଯୋଗରେ ଚାଲିଥିବା ଏହି ଆତଙ୍କୀମାନେ କେବଳ ଭାରତ ନୁହଁନ୍ତି, କାନାଡା ପାଇଁ ମଧ୍ୟ ବିପଦର କାରଣ ହୋଇଗଲେଣି ।

ଏହି ରିପୋର୍ଟରେ କୁହାଯାଇଛି, ପାକିସ୍ତାନ ପୁଣି ଥରେ ଖଲିସ୍ତାନ ଆନ୍ଦୋଳନ ଏବଂ ଏହା ସହିତ ଜଡ଼ିତ ଚରମପନ୍ଥୀ ସଂଗଠନକୁ ପ୍ରୋତ୍ସାହିତ କରୁଛି । ଇନ୍‌‌ଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି, ଖଲିସ୍ତାନ ପାକିସ୍ତାନର ଏକ ପ୍ରୋଜେକ୍ଟ ଅଟେ ଏବଂ ଏହାକୁ କାନାଡାରେ କେତେକ ଖଳଲୋକ ଏବଂ ରାଜନୈତିକ ଅଭିସନ୍ଧି ରଖିଥିବା ବ୍ୟକ୍ତି ବନ୍‌‌ଚାଇ ରଖିଛନ୍ତି । କାନାଡାର ବରିଷ୍ଠ ପତ୍ରକାର ଟେରୀ ମିଲେବକ୍ସି ତାଙ୍କର ଏକ ରିପୋର୍ଟ ‘ଖଲିସ୍ତାନ, ଏ ପ୍ରୋଜେକ୍ଟ ଅଫ ପାକିସ୍ତାନ’ରେ କହିଛନ୍ତି, ଖଲିସ୍ତାନ ଅନ୍ଦୋଳନ ଉଭୟ ଭାରତ ଏବଂ କାନାଡାର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବ ।

ସୂଚନାଥାଉ କି, ଖଲିସ୍ତାନୀ ଆତଙ୍କୀମାନେ ୩୫ ବର୍ଷ ପୂର୍ବେ ଏୟାର ଫ୍ଲାଇଟ୍‌‌ରେ ଏକ ବିସ୍ଫୋରଣ କରାଇଥିଲେ ଯାହା କି ୯/୧୧ ପୂର୍ବରୁ ବିଶ୍‌;ର ସବୁଠାରୁ ବଡ ବିମାନ ଆକ୍ରମଣ ଥିଲା ।

ଏହି ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି, ପାକିସ୍ତାନ ସବୁବେଳେ ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ ଯୋଗାଇ ଆସୁଛି । ଟେରୀ କହିଛନ୍ତି, ଆନ୍ଦୋଳନ ପରେ କାନାଡାରେ ଥିବା ଶିଖ୍‌ ଗୃହ ରାଜ୍ୟ ପଞ୍ଜାବ ଯାଉ ନାହାନ୍ତି । ସେ କହିଛନ୍ତି, କାନାଡାର ଲୋକେ ପାକିସ୍ତାନର ଏପରି ପଦକ୍ଷେପକୁ ରାଷ୍ଟ୍ରୀୟ ବିପଦ ବୋଲି ମାନୁଛନ୍ତି । କାରଣ ପଞ୍ଜାବରେ ଖଲିସ୍ତାନ ସମର୍ଥକ ଅଳ୍ପ ଥିବାବେଳେ କାନାଡାରେ ଥିବା ଖଲିସ୍ତାନ ସମର୍ଥକଙ୍କୁ ପାକିସ୍ତାନ ସହାୟତାର ହାତ ବଢାଇଛି ।

ରିପୋର୍ଟରେ କୁହାଯାଇଛି, ଖଲିସ୍ତାନୀ ଆତଙ୍କୀ ନଭେମ୍ବର ୨୦୨୦ରେ ସ୍‌:ତନ୍ତ୍ର ଖଲିସ୍ତାନ ପାଇଁ ଜନମତ ସଂଗ୍ରହ କରିବା ଲକ୍ଷ୍ୟ ରଖିଛି । ଏହି ସମୟ ଯେତେଯେତେ ପାଖେଇ ପାଖେଇ ଆସୁଛି, ବିଶ୍‌;ର କୋଣ ଅନୁକୋଣରେ ଥିବା ଶିଖ୍ ମାନଙ୍କର ସଂଶୟ ସେତିକି ବଢିବାରେ ଲାଗିଛି ।

ଅବଶ୍ୟ ଏପରି ଜନମତ ସଂଗ୍ରହକୁ ଅନୁମତି ଦେବେ ନାହିଁ ବୋଲି କାନାଡା ସରକାର ସ୍ପଷ୍ଟ କରି ଦେଇଛନ୍ତି । ତେବେ ଏହି ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି,ଏପରି ଜନମତ ସଂଗ୍ରହ ଦ୍‌:ାରା ଅତିବାଦୀ ବିଚାରଧାରାକୁ ନିଆଁରେ ଘିଅ ଢାଳିବା ପରି ହେବ । ଏପରି ଜନମତ ସଂଗ୍ରହ କାନାଡାରେ ଥିବା ଶିଖ୍‌ ଯୁବକମାନଙ୍କୁ କଠୋରପନ୍ଥୀ କରିଦେଇପାରେ । କାନାଡାର ନେତାମାନେ ଏବେ ଖଲିସ୍ତାନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

 

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

You might also like