ପାକ୍‌ ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରଣ ମଝିରେ ହଠାତ୍‌ ଉଡ଼ିଲା ତ୍ରିରଙ୍ଗା

ଇସ୍‌ଲାମ୍‌ବାଦ: ପାକିସ୍ତାନର ପ୍ରମୁଖ ମିଡିଆ ହାଉସ୍‌ ଡନ୍‌ (Dawn News)ର ନିଉଜ୍‌ ଚ୍ୟାନେଲକୁ ରବିବାର ଅପରାହ୍ନରେ କେହି ହ୍ୟାକ କରି ନେଇଥିଲା। ମିଳିଥିବା ଖବର ଅନୁଯାୟୀ, ନ୍ୟୁଜ୍‌ ଚାନେଲ୍‌ରେ ପ୍ରସାରଣ ଜାରି ରହିଥିଲା। ହଠାତ୍‌ ପ୍ରସାରଣ ମଝିରେ ଏହା ବନ୍ଦ ହୋଇଗଲା। ଆଉ କିଛି ସମୟ ପରେ ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଲା। ଏହି ତିରଙ୍ଗା ସହ Happy Independence Day ଲେଖାଥିଲା। ଏହି ଘଟଣାର ପୁରା ଭିଡିଓ ଏବଂ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ପାକିସ୍ତାନ ମିଡିଆର କହିବା ଅନୁଯାୟୀ, ନିଉଜ ଚାନେଲକୁ ହ୍ୟାକ୍‌ କରାଯାଇଛି ଏବଂ ଭାରତୀୟ ହ୍ୟାକର୍ସ ଏପରି କରିଛନ୍ତି। ଡନ୍‌ ଏ ନେଇ ଏକ ଷ୍ଟେଟ୍‌ମେଣ୍ଟ ଜାରି କରି କହିଛି, ପୂରା ଘଟଣାର ତଦନ୍ତ ଚାଲିଛ। ରବିବାର ଅପରାହ୍ନରେ ଡନ୍‌ ନିଉଜ୍‌ ଚାନେଲ୍‌ରେ ବିଜ୍ଞାପନ ପ୍ରସାରଣ କରାଯାଉଥିଲା। ଏହି ସମୟରେ ସ୍କ୍ରିନ୍‌ରେ ଅଚାନକ୍‌ ତିରଙ୍ଗା ଉଡୁଥିବା ଦେଖିବାକୁ ମିଳିଥିଲା ଯେଉଁଥିରେ Happy Independence Day ଲେଖା ଯାଇଥିଲା। ତେବେ ଆମର ଟେକ୍‌ନିସିଆନମାନେ ମାତ୍ର କେଇ ମିନିଟ୍‌ ମଧ୍ୟରେ ସମସ୍ୟାର ସମାଧାନ କରି ଦେଇଥିଲେ। ତେବେ କେତେ ମିନିଟ୍‌ ଧରି ତିରଙ୍ଗା ଉଡୁଥିଲା ତାହା ଚାନେଲ ପକ୍ଷରୁ ସ୍ପଷ୍ଟ କୁହାଯାଇ ନାହିଁ।

ଡନ୍‌ ପକ୍ଷରୁ ଆହୁରି କୁହାଯାଇଛି, ଡନ୍‌ ନ୍ୟୁଜ୍‌ ଏକ ବୟାନ ଜାରି କରି କହିଛି, ଏହା ପୂର୍ବରୁ ମଧ୍ୟ ଭାରତୀୟ ହାକର୍ସ ଚାନେଲର ସିଷ୍ଟମ୍‌କୁ ହାକ୍‌ କରିଥିଲେ। ଏ ନେଇ ଡନ୍‌ ପକ୍ଷରୁ ଊର୍ଦ୍ଧୁରେ ଏକ ଟ୍ୱିଟ କରାଯାଇଛି। ଏଥିରେ କୁହାଯାଇଛି, ଡନ୍‌ ପକ୍ଷରୁ ପୁରା ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ପରେ ଏ ନେଇ ଦର୍ଶକଙ୍କୁ ସୂଚିତ କରାଯିବ।

You might also like