ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ବିଳିବିଳାଉଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରୁଛି। ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ କରିବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ପାକ ଅଧିକୃତ କାଶ୍ମୀର ଉପରେ ବନ୍ଧୁକ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସରକାର ଗୁଳି ଚଳାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି।

ପାକିସ୍ତାନର ସମର୍ଥକମାନେ କେବଳ ଜମ୍ମୁ-କାଶ୍ମୀରରେ ନୁହେଁ ଭାରତର ନାଗାଲ୍ୟାଣ୍ଡରେ ମଧ୍ୟ ହିଂସା ସୃଷ୍ଟି କରିବା ପାଇଁ ମିଥ୍ୟା ଭିଡିଓ ଓ ମେସେଜ୍‌ ପ୍ରଚାର କରିବାରେ ଲାଗିଛନ୍ତି। ଏହି ମିଥ୍ୟା ଭିଡିଓ ଓ ମେସେଜକୁ କିଛି ବିଦେଶୀ ଗଣମାଧ୍ୟମ ପାଇବା ପରେ ଭାରତ ବିରୋଧରେ ଖବର ପ୍ରସାରଣ କରିବାରେ ଲାଗିଛନ୍ତି। ଏଥିସହ ବିଶ୍ୱର ଏକାଧିକ ରାଷ୍ଟ୍ର ମଧ୍ୟ ଏହାକୁ ଦେଖି ଭାରତର ଜମ୍ମୁ-କାଶ୍ମୀରରେ ଏଭଳି ଘଟଣା ଘଟୁଥିବା ଭାବୁଛନ୍ତି।

ଏହି ଭିଡିଓକୁ ଶୁଟିଂ କରାଯାଇ ବିଭିନ୍ନ ପ୍ଲାଟଫର୍ମରେ ଛଡ଼ା ଯାଉଛି। ପାକିସ୍ତାନ ଏପରି କରି ଭାରତକୁ ବଦନାମ କରିବାକୁ ଏବଂ ଭାରତ ବିରୋଧରେ ବିଶ୍ୱର ରାଷ୍ଟ୍ର ସମୂହକୁ ଉସକାଇବାକୁ ଚେଷ୍ଟା କରୁଛି। ଖାଲି ସେତିକି ନୁହେଁ, ନାଗଲ୍ୟାଣ୍ଡରେ ଥିବା ଭାରତ ବିରୋଧୀ ସଂଗଠନ ଗୁଡ଼ିକୁ ମଧ୍ୟ ପାକିସ୍ତାନ ଏଭଳି ଭିଡିଓ ପଠାଇ ସେମାନଙ୍କୁ ନୂଆଦିଲ୍ଲୀ ବିରୋଧରେ ମତାଇବାକୁ ଚେଷ୍ଟା କରୁଛି।

ନାଗାଲ୍ୟାଣ୍ଡର ବିଦ୍ରୋହୀ ଗୋଷ୍ଠୀମାନଙ୍କୁ ସ୍ୱାଧୀନତା ପାଇଁ ଦାବି କରିବାକୁ ମଧ୍ୟ ପାକିସ୍ତାନ ସେନା ପ୍ରବର୍ତ୍ତାଉଛନ୍ତି। କେବଳ ବିଦ୍ରୋହୀ ଗୋଷ୍ଠୀ ନୁହେଁ, ଯେଉଁ ତଥାକଥିତ ସ୍ୱେଚ୍ଛାସେବୀମାନେ ସ୍ୱତନ୍ତ୍ର ନାଗାଲ୍ୟାଣ୍ଡ ଗଠନ ପାଇଁ ଦାବି କରୁଛନ୍ତି, ସେମାନଙ୍କୁ ମଧ୍ୟ ଏହି ଭିଡିଓ ପାକିସ୍ତାନ ପକ୍ଷରୁ ପଠାଯାଉଛି।

ତେଣୁ ପାକିସ୍ତାନ ଏବେ ଇଣ୍ଟରନେଟ୍‌କୁ ଭାରତ ବିରୋଧରେ ବ୍ୟବହାର କରୁଛି। ଏହି କାରଣରୁ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ହେଲେ ଲୋକଙ୍କ ଯିବା ଆସିବା ପାଇଁ କଟକଣାରେ କୋହଳ କରାଯାଇଛି।

ଆହୁରି ପଢ଼ନ୍ତୁ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

You might also like