ଇସ୍‌ଲାମାବାଦରେ ହିନ୍ଦୁ ମନ୍ଦିର ନିର୍ମାଣକୁ ସ୍ୱାଗତ କଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ୍‌: ପାକିସ୍ତାନରେ ମନ୍ଦିର ନିର୍ମାଣକୁ ଜୋରଦାର ବିରୋଧ କରାଯାଉଥିବାବେଳେ ପାକିସ୍ତାନର ଜଣେ ମନ୍ତ୍ରୀ ଆଶ୍ୱାସନା ଦେଇ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି। Khyber Pakhtunkhwa ବିଧାନ ସଭାର ଜଣେ ମନ୍ତ୍ରୀ ମନ୍ଦିର ନିର୍ମାଣକୁ ସମର୍ଥନ କରି ଇସଲାମବାଦରେ କୃଷ୍ଣ ମନ୍ଦିର ନିର୍ମାଣ ହେଲେ ସେ ଏହାକୁ ସ୍ୱାଗତ କରିବେ ବୋଲି ଶୁକ୍ରବାର କହିଛନ୍ତି।

ଏହି ମନ୍ତ୍ରୀ ଜଣକ ହେଉଛନ୍ତି ରବି କୁମାର ଓ ସେ Khyber Pakhtunkhwa ବିଧାନସଭାର ଜଣେ ମନ୍ତ୍ରୀ। ପୂର୍ବରୁ ଇସ୍‌ଲାମାବାଦରେ କୃଷ୍ଣମନ୍ଦିର ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁରୀ ମିଳିଛି । ସେତିକି ନୁହେଁ, ପାକିସ୍ତାନ ସରକାର ପ୍ରଥମ ଥର ପାଇଁ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ୨୦ ହଜାର ବର୍ଗଫୁଟ ଜମି ଯୋଗାଇ ଦେଇଛନ୍ତି। ଏଠି କହି ରଖିବୁ, ପ୍ରଥମ ଥର ପାଇଁ  ଇସଲାମାବାଦ୍‌ରେ ତିଆରି ହେବାକୁ ଯାଉଛି ହିନ୍ଦୁ ମନ୍ଦିର।  

Khyber Pakhtunkhwa ବିଧାନସଭାରେ ଏ ବିଷୟରେ ସୂଚନା ଦେଇ ମନ୍ତ୍ରୀ ରବି କୁମାର କହିଛନ୍ତି, ପାକିସ୍ତାନରେ ଅଳ୍ପସଂଖ୍ୟକ ଲୋକଙ୍କୁ ସମାନ ଆଇନଗତ ସୁବିଧା ଯୋଗାଇ ଦିଆଯାଇଛି। ଏଠାରେ ଅଳ୍ପସଂଖ୍ୟକ ଓ ବହୁ ସଂଖ୍ୟକଙ୍କ ମଧ୍ୟରେ ସଦ୍‌ଭାବ ରହିଛି ଏବଂ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ରହି ଆସୁଛନ୍ତି। 

ଯେଉଁମାନେ ହିନ୍ଦୁ-ମୁସ୍‌ଲମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଯେଉଁମାନେ ବିଧାନସଭାରେ କୃଷ୍ଣ ମନ୍ଦିର ନିର୍ମାଣକୁ ନେଇ ହିନ୍ଦୁ ଦେବଦେବୀଙ୍କ ବିରୋଧରେ ଅଶୋଭନୀୟ ଟିପ୍ପଣୀ ଦେଉଛନ୍ତି ସେମାନଙ୍କର କଡା ସମାଲୋଚନା କରିଥିଲେ ମନ୍ତ୍ରୀ।

You might also like