ଜମ୍ମୁ -କଶ୍ମୀର ଭାରତର ବୋଲି ମାନିଲା ପାକିସ୍ତାନ !

ଜେନେଭା : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ ଏବେ କ’ଣ କରୁଛି, ସେକଥା ନିଜେ ମଧ୍ୟ ଜାଣିପାରୁ ନାହିଁ। ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତର ବୋଲି ସ୍ୱୀକାର କରିଛି।

ଆଜି ଜେନେଭାରେ ଆରମ୍ଭ ହୋଇଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଯୋଗଦେଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କ୍ୟୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି। ଆଜି ଗଣାମଧ୍ୟମର ପ୍ରତିନିଧିମାନେ ତାଙ୍କୁ କଶ୍ମୀର ପ୍ରସଙ୍ଗରେ ପଚାରିଥିଲେ।

ଏହି ସମୟରେ ଭାରତକୁ ଟାର୍ଗେଟ କରିବାକୁ ଯାଇ ସେ ଉତ୍ତେଜିତ ହୋଇଯାଇଥିଲେ। ସେ କହିଥିଲେ “ଭାରତ ସରକାର ମିଥ୍ୟା ପ୍ରଚାର କରି ବିଶ୍ୱ ଦରବାରରେ ନିଜର ଭାବମୂର୍ତ୍ତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ଜମ୍ମୁ-କଶ୍ମୀରରେ ସ୍ଥିତି ଆଦୌ ସ୍ୱାଭାବିକ ହୋଇନାହିଁ। ଏଠାରେ କଟକଣା ଲାଗୁ କରାଯାଇ ଲୋକଙ୍କ ମାନବାଧିକାରକୁ ଉଲ୍ଲଙ୍ଘନ କରାଯାଉଛି।

ଯଦି ଭାରତର ରାଜ୍ୟ ଜମ୍ମୁ-କଶ୍ମୀରରେ ସବୁକିଛି ଠିକ୍‌ ରହିଛି, ତା’ହେଲେ କ’ଣ ପାଇଁ ଅନ୍ତର୍ଜାତୀୟ ଗଣାମଧ୍ୟମକୁ ସେଠାକୁ ଛଡ଼ା ଯାଉନାହିଁ ? କ’ଣ ପାଇଁ ଅନ୍ତର୍ଜାତୀୟ ଏନ୍‌ଜିଓଙ୍କୁ କଶ୍ମୀର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳୁନାହିଁ ? ଭାରତୀୟ ରାଜ୍ୟ ଜମ୍ମୁ-କଶ୍ମୀରରେ ପ୍ରକୃତରେ କ’ଣ ଚାଲିଛି, ସେକଥା ସମସ୍ତେ ଦେଖିବା ଦରକାର।

ଭାରତ ସରକାର କଶ୍ମୀରକୁ ନେଇ ମିଛ କହୁଛନ୍ତି । ଥରେ ସେଠାରୁ କର୍ଫ୍ୟୁ ହଟିଯାଉ, ଏହାପରେ ପ୍ରକୃତ ସତ କ’ଣ ସବୁ ସାମ୍ନାକୁ ଚାଲି ଆସିବ। କଶ୍ମୀରରେ କେମିତି ଅତ୍ୟାଚାର ହେଉଛି, ସେକଥା ପୂରା ବିଶ୍ୱ ଜାଣିବ ।”

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like