ମୋଦିଙ୍କ ନାଁ ଧରିବା କ୍ଷଣି କରେଣ୍ଟ ଖାଇଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠୁ ପାକିସ୍ତାନ ସରକାର ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଏପରିକି ଭାରତକୁ ପାକିସ୍ତାନ ରେଳମନ୍ତ୍ରୀ ସିଧାସଳଖ ଯୁଦ୍ଧ ଧମକ ମଧ୍ୟ ଦେଇଥିଲେ। ହେଲେ ଏବେ ଭଗବାନଙ୍କୁ ମଧ୍ୟ ପାକିସ୍ତାନର ଏଭଳି ବୟାନବାଜୀ ଭଲ ଲାଗୁନାହିଁ। କାରଣ ଯେଉଁ ପାକ୍‌ ରେଳମନ୍ତ୍ରୀ ଭାରତକୁ ଯୁଦ୍ଧ ଧମକ ଦେଇଥିଲେ ସେ କରେଣ୍ଟ ମାଡ଼ ଖାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଧରିବା କ୍ଷଣି ପାକିସ୍ତାନର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ଙ୍କୁ ଏହି ଇଲେକ୍ଟ୍ରିକ୍‌ ଝଟକା ଲାଗିଛି।

ଗତକାଲି ପାକିସ୍ତାନ ପକ୍ଷରୁ ଜମ୍ମୁ-କାଶ୍ମୀର ପାଇଁ ବନ୍ଦ ପାଳନ କରାଯାଇଥିଲା। କାଶ୍ମୀରବାସୀଙ୍କ ପାଇଁ ପାକିସ୍ତାନ ସରକାର ଛିଡ଼ା ହୋଇଛନ୍ତି ବୋଲି ଜଣାଇବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ଏଭଳି ବନ୍ଦକୁ ପ୍ରହସନ କରୁଛନ୍ତି। #KashmirHour ନାଁରେ ମଧ୍ୟ ଏକ ଅଭିଯାନ ଆରମ୍ଭ ହୋଇଛି।

ଗତକାଲିର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାକ୍‌ ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୋଦିଙ୍କ ନାଁ ନେବା ଧରିବା କ୍ଷଣି ସେ ଧରିଥିବା ମାଇକ୍‌ଟିରେ ହଠାତ୍‌ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନେକ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି ଯେ “ପାକିସ୍ତାନ କାଶ୍ମୀରକୁ ନେଇ ଯେଉଁ ଅପପ୍ରଚାର କରୁଛି, ତାକୁ ଭଗବାନ ବି ସହି ପାରୁ ନାହାନ୍ତି। ତେଣୁ ପାକ୍‌ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରିବା କ୍ଷଣି ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like