ନବାଜ ସରିଫଙ୍କ ଝିଅ ରହୁଥିବା ଜେଲ ବାଥରୁମ୍‌ରେ ଲଗାଯାଇଥିଲା କ୍ୟାମେରା

କରାଚି:ପାକିସ୍ତାନ ରାଜନୀତିରେ ଏବେ ହଟଚମଟ ଖେଳି ଯାଇଛି। ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ଝିଅ ମରିୟମ ନବାଜ ଶରୀଫ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ମରିୟମ କହିଛନ୍ତି, ଇମ୍‌ରାନ ଖାନ୍‌ ତାଙ୍କୁ ଏତେ ଡରୁଛନ୍ତି ଯେ, ମରିୟମ ରହୁଥିବା ଜେଲର ବାଥରୁମ୍‌ରେ ମଧ୍ୟ ହିଡେନ କ୍ୟାମେରା ଲଗା ଯାଇଥିଲା। ମରିୟମ ଇମ୍ରାନ୍‌ ଖାନ୍‌ ସରକାରକୁ ମହଳା ବିରୋଧୀ ବୋଲି କହିବାକୁ ପଛାଇ ନାହାନ୍ତି।

ସୂଚନାଥାଉ କି, ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନବାଜ (PML-N)  ପାର୍ଟିର ଉପାଧ୍ୟକ୍ଷ ମରିୟମ ନବାଜ ଗତବର୍ଷ  ଚୌଧୁରୀ ସୁଗର  ମିଲ କେସ୍‌ରେ ଗିରଫ ହୋଇଥିଲେ।

ବିବିସି ଊର୍ଦ୍ଦୁକୁ ଏକ ଇଣ୍ଟରଭ୍ୟୁ ଦେଇ ମରିୟମ କହିଛନ୍ତି, ‘ମୁଁ ଦୁଇ ଥର ଜେଲ ଗଲିଣି। ମହିଳାଙ୍କ ସହ କିପରି ବ୍ୟବହାର କରାଯାଏ ସେ ବିଷୟରେ ଯଦି କହିବା ଆରମ୍ଭ କରିବି ତେବେ ସରକାର ଏବଂ ତାଙ୍କର ଅଧିକାରୀମାନେ ମୁଁହ ଦେଖାଇ ପାରିବେ ନାହିଁ। କୌଣସି ମହିଳା ସିଏ ପାକିସ୍ତାନର ହନୁଅନ୍ତି ବା ଅନ୍ୟ କୌଣସି ଦେଶର..ସେମାନେ ଦୁର୍ବଳ ନୁହଁନ୍ତି। ଆଜି ମୁଁ ସଂଘର୍ଷ କରୁଛି।  ତେଣୁ  ମୁଁ ଏହା ଦ୍ୱାରା ଯେ ପ୍ରଭାବିତ ହୋଇଛି ଏହା ଦେଖାଇବାକୁ ଚାହୁଁନି । ମୋ ସହ ଦୁର୍ବ୍ୟବହାର କରାଗଲା ବୋଲି ମୁଁ କାନ୍ଦିବାକୁ ଚାହୁଁନି। ତେବେ, ଜେଲ୍‌ରେ ମହିଳାମାନେ କିପରି ଅଛନ୍ତି ସେ  ସତ୍ୟ ସାମ୍ନାକୁ ଆଣିବାକୁ ଚାହୁଁଛି।

ମରିୟମ ଇମରାନ ଖାନ୍‌ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ମରିୟମ ନୱାଜଙ୍କ କବାଟ ଭଙ୍ଗା ଯାଇ ପାରୁଛି ତେବେ ସତ୍ୟ କହୁଥିବା କାରଣରୁ ତାଙ୍କୁ ବାପାଙ୍କ ସାମ୍ନାରେ ଗିରଫ କରାଯାଇପାରେ। ଯଦି ଜେଲ ସେଲ୍‌ର ବାଥରୁମ୍‌ରେ କ୍ୟାମେରା ଲଗାଯାଇ ପାରୁଛି ତେବେ ପାକିସ୍ତାନରେ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି।

You might also like