ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିବାକୁ ନେଇ ପାକିସ୍ତାନର ପ୍ରୋପାଗାଣ୍ଡା

ନୂଆଦିଲ୍ଲୀ : ପାକିସ୍ତାନର ପ୍ରୋପାଗାଣ୍ଡା। ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ମୁହଁରେ ନିଜର ପ୍ରଶଂସା କରାଇବାକୁ ଇସଲାମାବାଦର ଅପଚେଷ୍ଟା। କୁହାଯାଉଛି ସେଥିପାଇଁ ଲାହୋରରେ ISI ତରଫରୁ ପ୍ରସ୍ତୁତ କରାଯାଇଥିଲା। ଏହି ଭିଡ଼ିଓ ଯେଉଁଥିରେ ପାକିସ୍ତାନ ସେନା ତାଙ୍କ ପ୍ରତି ଭଲ ବ୍ୟବହାର କରିଥିବା ଅଭିନନ୍ଦନ କହୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଭିଡ଼ିଓରେ ଅନେକ କଟ୍ ଅଛି, ଯେଉଁଥିରୁ ସ୍ପଷ୍ଟ ହେଉଛି ଓ୍ୱିଙ୍ଗ୍ କମାଣ୍ଡରଙ୍କୁ ଚାପ ପକାଇ ଓ ତାଙ୍କ ଶବ୍ଦକୁ ଏପଟ ସେପଟ କରି ନିଜକୁ ସୁହାଇବା ଭଳି ଭିଡ଼ିଓ ପ୍ରସ୍ତୁତ କରାଯାଇଥିଲା।

ଆଉ ଏହି ଭିଡ଼ିଓ ରେକର୍ଡିଂ ପାଇଁ ହିଁ ଓ୍ୱିଙ୍ଗ୍ କମାଣ୍ଡରଙ୍କୁ ଭାରତକୁ ହସ୍ତାନ୍ତର କରିବାରେ ଅହେତୁକ ଡେରି ହୋଇଥିବା କୁହାଯାଉଛି। ସେପଟେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଏବେ କୁଲିଂ ଡାଉନ୍ ପ୍ରକ୍ରିୟାରେ ରଖାଯାଇଛି, ଯାହାକି ଆଉ କିଛି ଦିନ ଚାଲିବ। କୁଲିଂ ଡାଉନ୍ ପ୍ରକ୍ରିୟାରେ ସଂପୂର୍ଣ୍ଣ ମେଡିକାଲ ଟେଷ୍ଟ ସହିତ ଏୟାରଫୋର୍ସ ତରଫରୁ କାଉନସେଲିଂ ଓ ଡିବ୍ରିଫିଂ କରାଯିବ। ସେ ଆଗପରି ଯେପରି ପୁରା ଫିଟ୍ ହେବେ ତାକୁ ପ୍ରାଥମିକତା ଦିଆଯାଉଛି।

ଅପରେସନ ବାଲାକୋଟ୍ ପରେ ଭାରତ ଉପରେ ଆକାଶମାର୍ଗରୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ପାକିସ୍ତାନ। ଏଥିରେ ବ୍ୟବହାର କରିଥିଲା ଅତ୍ୟାଧୁନି F-16 ଲଢୁଆ ବିମାନ, ଯାହାକୁ ଖସାଇ ଦେଇଥିଲେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ।

F-16ର ଧ୍ୱଂସାବଶେଷ ମିଳିବାର ପ୍ରମାଣ ଭାରତ ଦେଇସାରିଛି। ସେପଟେ ପାକିସ୍ତାନର ଏହି ଏୟାର୍ ରେଡ୍‌ରେ F-16 ବ୍ୟବହାର ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ଆମେରିକା। କୌଣସି ଦେଶକୁ ଆକ୍ରମଣ ନ କରିବା ଓ ଆତଙ୍କବାଦ ଦମନରେ ବ୍ୟବହାରର ସର୍ତ୍ତ ରଖି ପାକିସ୍ତାନକୁ F-16 ଫାଇଟର୍ ଜେଟ୍ ଦେଇଥିଲା ଆମେରିକା ତେଣୁ ସର୍ତ୍ତ ଉଲ୍ଲଂଘନର ପ୍ରମାଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ ଆମେରିକା।

ସେପଟେ ଆତଙ୍କବାଦୀ ସଂଗଠନ ଜୈଶ୍-ଏ- ମହମ୍ମଦର ପ୍ରତିଷ୍ଠାତା ମସୁଦ ଅଜହର୍ କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ରାଓ୍ୱଲପିଣ୍ଡି ଆର୍ମି ହସ୍ପିଟାଲରେ ନିୟମିତ ଭାବେ ତାର ଡାଇଲିସିସ୍ ଚାଲିଛି। ଆର୍ମି ହସ୍ପିଟାଲରେ ମସୁଦ୍‌ର ଚିକିତ୍ସା ପ୍ରମାଣିତ କରୁଛି, ପାକିସ୍ତାନ ପାଇଁ ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀର ଗୁରୁତ୍ୱ କେତେ।  ଆଗରୁ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି ସ୍ୱୀକାର କରିଥିଲେ ମସୁଦ ପାକିସ୍ତାନରେ ରହିଛି ଓ ସେ ଅସୁସ୍ଥ ଅଛି।

ଆହୁରି ପଢ଼ନ୍ତୁ

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

You might also like