ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଇସ୍‌ଲାମବାଦ: ପାକିସ୍ତାନ କରାଚୀରେ ଆଜି ଏକ ବଡ ଧରଣର ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁଲଶନ ଇ ଇକବାଲର ଏକ ବସ୍‌ଷ୍ଟପ୍‌ ନିକଟରେ ଥିବା ଦୁଇ ମହଲା କୋଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଆଖପାଖ କୋଠା କ୍ଷତିଗ୍ରସ୍ତ ହୋଇଥିବା ପାକିସ୍ତାନ ମିଡିଆ ସୂତ୍ରରୁ ଜଣାଯାଇଛି।

ଆହତ ଓ ମୃତକଙ୍କୁ ପଟେଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।  ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ସ୍ଥାନୀୟ ପୋଲିସର ଏହା ସିଲିଣ୍ଡର ବ୍ଲାଷ୍ଟ ବୋଲି ଅନୁମାନ କରୁଛନ୍ତି।

ଏହି ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ବିସ୍ଫୋରଣ କୋଠାର ଦ୍ୱିତୀୟ ମହଲାରେ ହୋଇଥିବା  ଅନୁମାନ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣରେ ଆଖପାଖ କୋଠା ଘରର ଭାଙ୍ଗିଯିବା ସହ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସୂଚନାଥାଉ କି, ଗତକାଲି କରାଚିର ଶିରିନା ଜିନ୍ନା କଲୋନୀ ନିକଟରେ ଏ ବିସ୍ଫୋରଣ ହୋଇଥିଲା। ଫଳରେ ୫ ଜଣ ଆହତ ହୋଇଥିଲେ। ପୋଲିସର କହିବା ଅନୁଯାୟୀ ଏହା ଆଇଇଡ ଥିଲା।

ସ୍ଫ

You might also like