ଭାରତୀୟ ରାଷ୍ଟ୍ରଦୂତଙ୍କ କଥାରେ ଚୁପ୍ ହୋଇଗଲେ ପାକିସ୍ତାନ ସାମ୍ବାଦିକ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଗତକାଲି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି। ଏହା ପରେ ସାମ୍ୱାଦିକ ସମ୍ମିଳନୀରେ ପାକିସ୍ତାନ ଗଣମାଧ୍ୟମର ଜଣେ ସାମ୍ୱାଦିକଙ୍କ ପ୍ରଶ୍ନ ଉତ୍ତର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ।

ପ୍ରେସ୍ କନଫରେନସ ଟେବୁଲ ପାଖକୁ ସୟିଦ ଆକବରୁଦ୍ଦିନ ଆସିବା ମାତ୍ରେ ପାକିସ୍ତାନର ସାମ୍ୱାଦିକ ପଚାରିଥିଲେ ‘କେବେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରିବ’ ? ସୟିଦ ଆକବରୁଦ୍ଦିନ ତତକ୍ଷଣାତ୍ ତାଙ୍କ (ପାକିସ୍ତାନ ସାମ୍ୱାଦିକ) ପାଖକୁ ଯାଇ କହିଥିଲେ ‘ମୁଁ ଆପଣଙ୍କ ପାଖକୁ ଆସିଯାଇଛି। ଏବେ ଆରମ୍ଭ କରିବା କଥାବାର୍ତ୍ତା। ଦିଅନ୍ତୁ, ଆପଣଙ୍କ ହାତ ବଢ଼ାନ୍ତୁ (ହ୍ୟାଣ୍ଡଶେକ୍ କରିବା ପାଇଁ)’।

ଏହାପରେ ସୟିଦ ଆକବରୁଦ୍ଦିନ କହିଥିଲେ କାଶ୍ମୀର ପ୍ରସଙ୍ଗରେ ଭାରତ ସବୁବେଳେ ଶିମଲା ଚୁକ୍ତିକୁ ନେଇ ପ୍ରତିବଦ୍ଧ। ଏ ନେଇ ପାକିସ୍ତାନ ସହ କଥା ହେବା ପାଇଁ ଭାରତ ପାକିସ୍ତାନକୁ ପ୍ରଥମେ ହାତ ବଢ଼ାଇ ସାରିଛି ବୋଲି ସୟିଦ କହିଥିଲେ।

ଏହାପରେ ପାକିସ୍ତାନର ସାମ୍ୱାଦିକ ଟିକିଏ ଅଟକି କହିଥିଲେ ‘ହଉ ଠିକ୍ ଅଛି। ମୁଁ ଏବେ ପାକିସ୍ତାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି’। ଏହାପରେ ପାକିସ୍ତାନ ସାମ୍ୱାଦିକ ଚୁପ୍ ହୋଇଯାଇଥିଲେ। ପାଖରେ ଥିବା ଅନ୍ୟ ଦେଶର ସାମ୍ୱାଦିକ ମଧ୍ୟ ସୟିଦ ଆକବରୁଦ୍ଦିନଙ୍କ ଏପରି କଥାବାର୍ତ୍ତା ଶୈଳୀ ଦେଖି ଆମୋଦିତ ହୋଇଥିଲେ।

ଏହି ଅବସରରେ ସେ ତାଙ୍କର ଚାଇନା ଏବଂ ପାକିସ୍ତାନ ପ୍ରତିପକ୍ଷଙ୍କ ଉପରେ ମଧ୍ୟ ଟିପ୍ପଣୀ ଦେଇଥିଲେ। କହିଥିଲେ, ସେ ଜଣେ ଖୋଲା ଗଣତନ୍ତ୍ର ରାଷ୍ଟ୍ରର ଜାତିସଂଘର ସ୍ଥାୟୀ ରାଷ୍ଟ୍ରଦୂତ ଭାବରେ ଏଠି ଉପସ୍ଥିତ ଅଛନ୍ତି। ଆପଣ ଯାହା ପଚାରିବେ ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ ମୁଁ ପ୍ରସ୍ତୁତ ଅଛି ବୋଲି ସେ ସାମ୍ବାଦିକଙ୍କୁ କହିଥିଲେ।

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ଆନ୍ଧ୍ର ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ଆହୁରି ବଢ଼ିପାରେ

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like