ଡାକ ଟିକଟରେ ଲାଗିଲା ବୁରହାନ୍‌ ୱାନୀର ଫଟୋ

ଦୋ ମୁହାଁ ପାକିସ୍ତାନ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ତା’ର ଖଳ ପ୍ରକୃତି ଛାଡ଼ୁ ନାହିଁ। ଗୋଟେ ପଟେ ପାକ୍‌ର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ଭାରତ ସହିତ ସମ୍ପର୍କ ସୁଧାରିବା କଥା କହୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ବୁରହାନ୍‌ ୱାନୀ ନାଁରେ ଡାକ ଟିକଟ ଛାପୁଛନ୍ତି।

ପାକିସ୍ତାନ ଡାକ ବିଭାଗ ବୁର୍‌ହାନ ୱାନୀ ନାଁରେ ୨୦ଟି ଡାକ ଟିକଟ ଛାପିଛନ୍ତି। ଖାଲି ବୁର୍‌ହାନ୍‌ ନୁହେଁ ଏହି ଟିକଟ ଗୁଡ଼ିକରେ ଆଉ କିଛି ଆତଙ୍କବାଦୀଙ୍କ ସହିତ କିଛି ଅନ୍ୟ ଲୋକଙ୍କର ଫଟୋ ବି ରହିଛି। ଯାହାଙ୍କୁ ପାକିସ୍ତାନ ଭାରତୀୟ ସେନା ଦ୍ୱାରା ନିର୍ଯାତିତ ବୋଲି ଟିକଟରେ ଦର୍ଶାଯାଇଛି।।

ticket
photo-1hindi.thequint

ଟିକଟରେ ସେହି ଯୁବକଙ୍କ ଫଟୋ ରହିଛି ଯାହାକୁ ସେନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମେଜର୍‌ ନୀତିନ୍‌ ଲିତୁଲ୍‌ ଗୋଗୋଇ ଜିପ୍‌ ବୋନଟ୍‌ରେ ବାନ୍ଧି ଦେଇଥିଲେ।

ପଥର ଫିଙ୍ଗାଳିଙ୍କ ମୁକାବିଲା କରିବା ପାଇଁ ସେନା ଫାରୁକ୍‌ ଅହମଦ୍‌ ଡାର୍‌ ନାମକ ଜଣେ ପଥର ଫିଙ୍ଗାଳିକୁ ଢାଲ ଭାବେ ବ୍ୟବହାର କରିବାକୁ ଗାଡ଼ି ଆଗରେ ବାନ୍ଧି ଦେଇଥିଲା। ଫାରୁକ୍‌ର ଫଟୋ ବି ଡାକ ଟିକଟରେ ରହିଛି।

aajtajk
photo-aajtak

ମିଡିଆ ଖବର ଅନୁସାରେ , କରାଚିରେ ପାକିସ୍ତାନ ଡାକ ବିଭାଗର ହେଡ୍‌ ଅଫିସ୍‌ ଥିବାରୁ ଏହି ଟିକଟ ଗୁଡ଼ିକୁ ସେହିଠାରୁ ହିଁ ଜାରି କରାଯାଇଛି। ଏମିତି କରି ପାକିସ୍ତାନ କାଶ୍ମୀର ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ କରିବା ପାଇଁ ଉତ୍ସାହିତ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଭାରତର ପରିଚୟ ଖରାପ କରିବାକୁ ଖଳ ଯୋଜନା କରୁଛି।

ଏହି ସମସ୍ତ ଫଟୋଗୁଡ଼ିକର ତଳେ କ୍ୟାପ୍‌ସନ୍‌ ଦେଇ ଆତଙ୍କବାଦୀଙ୍କୁ ନିର୍ଯାତିତ ଓ ସହିଦ ଘୋଷଣା କରିଛି।

zee
photo-zee news

ପ୍ରକାଶ ଥାଉକି, ୨୦୧୬ ମସିହାରେ ସେନାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନରେ ଜୁଲାଇ ୭ରେ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦିନ୍‌ର ଟପ୍‌ କମାଣ୍ଡର୍ ତଥା ପୋଷ୍ଟର୍‌ ବୟ ବୁର୍‌ହାନ ୱାନୀର ମୃତ୍ୟୁ ହୋଇଥିଲା। ଏହାପରେ ୪ ମାସ ଜାମ୍ମୁ-କାଶ୍ମୀର୍‌ ଅଶାନ୍ତ ରହିଥିଲା। ଏଥିପାଇଁ ୮୫ ଲୋକଙ୍କର ପ୍ରାଣ ଯାଇଥିଲା।

You might also like