ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନ ସେନାର ୫ଟି ପୋଷ୍ଟ ଉଡ଼ାଇଲେ ଭାରତୀୟ ସେନା

ଜମ୍ମୁ -କଶ୍ମୀର : ବାଲାକୋଟ୍‌ରେ ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଗତକାଲି ରାତିରୁ LOCରେ ପାକିସ୍ତାନ ପକ୍ଷରୁ ଗୁଳି ବର୍ଷା ଜାରି ରହିଛି।

ଜମ୍ମୁ ଓ କଶ୍ମୀରର ନୌସେରା ଓ ଅଖନୁର୍ ସେକ୍ଟରରେ ପାକିସ୍ତାନ ପଟୁ ବ୍ୟାପକ ଗୁଳିଗୋଳା ବର୍ଷା ସାଙ୍ଗକୁ ମୋର୍ଟାର ମାଡ଼ ବି ହେଉଛି ଅଖନୁର୍‌ରେ ଭାରତୀୟ ସେନାର ୫ ଜଣ ଯବାନ ଆହତ ହୋଇଛନ୍ତି।

ପୁଞ୍ଛରେ ପାକ୍ ଗୁଳିରେ ୨ଟି ଘର ଜଳିଯାଇଛି। ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତୀୟ ସେନା। ପାକିସ୍ତାନ ସେନାର ୫ଟି ପୋଷ୍ଟକୁ ଭାରତୀୟ ସେନା ଉଡାଇ ଦେଇଛି। ଏଲଓସିରୁ ୫ କିଲୋମିଟର ପରିଧି ଭିତରେ ଅବସ୍ଥିତ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। କଶ୍ମୀରର ରାଜୌରୀରେ ଆଜି ସ୍କୁଲ ବନ୍ଦ ଘୋଷଣା କରାଯାଇଛି।

 

You might also like