ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ପ୍ରସଙ୍ଗରେ ପାକିସ୍ତାନର ମୁଖା ଖୋଲିଯିବା ପରେ ସଫେଇ ଦେଇଛନ୍ତି ଇମ୍ରାନ ଖାନ୍‌। ଇମ୍ରାନ କହିଛନ୍ତି, ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ପାକିସ୍ତାନ ସେନା କିମ୍ବା ସରକାର ଉପରେ କୌଣସି ଚାପ ପଡ଼ି ନ ଥିଲା।

ସୂଚନାଥାଉ କି, ପାକିସ୍ତାନରେ ବିପକ୍ଷ ସାଂସଦ ଅୟାଜ ସାଦିକ ଦାବି  କରିଥିଲେ, ଭାରତ କାଳେ ଆକ୍ରମଣ କରିବ, ସେହି ଭୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଭିନନ୍ଦନଙ୍କୁ ଛାଡ଼ି ଦେବାକୁ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ ଅନୁରୋଧ କରିଥିଲେ । ସାଦିକ ସଂସଦରେ କହିଥିଲେ, ମୋର ମନେ ଅଛି, ମହମ୍ମଦ ଶାହ କୁରେଶୀ ବୈଠକରେ ଉପସ୍ଥିତ ଥିଲେ । ହେଲେ ଇମ୍ରାନ ଏହି ବୈଠକକୁ ଆସିବାକୁ ମନା କରି ଦେଇଥିଲେ।

ଖୁଦାଙ୍କ ନାଁରେ ତାଙ୍କୁ ଛାଡି ଦେବାକୁ ଅନୁରୋଧ କରାଯାଇଥିଲା। କାରଣ ୯ଟା ସୁଦ୍ଧା ତାଙ୍କୁ ନ ଛାଡ଼ିଲେ ଭାରତ ଆକ୍ରମଣ କରିବାର ଆଶଙ୍କା କରିଥିଲା ପାକିସ୍ତାନ।

ତେବେ ସାଦିକଙ୍କ ଏପରି ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ବିଦେଶ କାର୍ଯ୍ୟାଳୟ ପ୍ରବକ୍ତା ଜାହିଦ ହଫିଜ ଚୌଧୁରୀ କହିଛନ୍ତି, ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନ ଉପରେ କଯଣସି ଚାପ ପଡ଼ି ନ ଥିଲା। ହଫିଜ ଏକ ସାପ୍ତହିକ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି, ପାକିସ୍ତାନ ସରକାର ଏହି ନିର୍ଣ୍ଣୟ କେବଳ ଶାନ୍ତିକୁ ଦୃଷ୍ଟିରେ ରଖି ନେଇଥିଲେ। ବିଶ୍ୱ ସମୁଦାୟ ପାକିସ୍ତାନର ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଥିଲା।

You might also like