ପାକିସ୍ତାନ‌ କହିଲା, କେଉଁଠି ଲୁଚିକି ରହଛି ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ

ନୂଆଦିଲ୍ଲୀ: ପାକିସ୍ତାନ ଇମ୍ରାନ ଖାନ୍ ସରକାର ମାନିଲା ବଡ଼ ସତ। ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା ମାନିଲା ଇମ୍ରାନ ସରକାର। ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ପାକିସ୍ତାନରେ ରହିଛି। ଦାଉଦ ପାକିସ୍ତାନର ବନ୍ଦର ନଗରୀ କରାଚିରେ ରହିଛି। ଏ ନେଇ ଇମ୍ରାନ ସରକାର ମାନିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

୮୮ଟି ଆତଙ୍କୀ ସଂଗଠନ ଉପରେ କଟକଣା ପାକିସ୍ତାନ ଜଣାଇଛି। କଟକଣା ନେଇ ଜାତିସଂଘ ସୁରକ୍ଷା ପରିଷଦକୁ ପାକିସ୍ତାନ ଜଣାଇଛି। ୮୮ ଆତଙ୍କୀ ତାଲିକାରେ ଦାଉଦ ଇବ୍ରାହିମ୍‌ର ନାଁ ରହିଥିବା ସୂଚନା ଦେଇଛି।

ଗତବର୍ଷ ଭାରତର ମୋଷ୍ଟ ୱାଣ୍ଟେଡ୍‌ ତଥା ଡି-କମ୍ପାନୀର ମୁଖ୍ୟ ଦାଉଦ୍‌ ଇବ୍ରାହିମ୍‌କୁ ନେଇ ପାକିସ୍ତାନ ଯେଉଁ ମିଛ କହୁଥିଲା, ଆମେରିକା ତା’ର ପର୍ଦ୍ଦାଫାସ କରିଥିଲା। ଦାଉଦ୍‌ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ହିଁ ରହିଛି ବୋଲି ଆମେରିକା ସରକାରଙ୍କ ପକ୍ଷରୁ ଲଣ୍ଡନର ଏକ କୋର୍ଟଙ୍କୁ ଅବଗତ କରାଯାଇଛି। ପାକିସ୍ତାନର କରାଚିରେ ସେ ବେଶ ଆରାମରେ ରହିଛି ବୋଲି ଆମେରିକା ସରକାର ଜାଣିବାକୁ ପାଇଥିଲା।

ସେତେବେଳେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଦାଉଦ୍‌ର ସହଯୋଗୀ ଜାବିର ମୋତିୱାଲାର ପ୍ରତ୍ୟର୍ପଣ ମାମଲାର ଶୁଣାଣି ସମୟରେ ଆମେରିକା ସରକାର ନିଜର ପକ୍ଷ ରଖି କହିଥିଲା ଯେ, “ଏଫ୍‌ବିଆଇ ପକ୍ଷରୁ ତଦନ୍ତ କରିବା ସମୟରେ ଭାରତ, ପାକିସ୍ତାନ ଓ ୟୁଏଇରେ ଡି-କମ୍ପାନୀ ସକ୍ରିୟ ଥିବା ଜାଣିବାକୁ ପାଇଛି”।

ଏହି ଡି-କମ୍ପାନୀର ମୁଖ୍ୟ ଦାଉଦ୍‌ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ଆତ୍ମଗୋପନ କରିଛି। ଦାଉଦ୍‌ ଓ ତା’ ଭାଇ ୧୯୯୩ ମସିହାରୁ ଭାରତରୁ ଖସି ଆସି ପାକିସ୍ତାନକୁ ନିଜର ସୁରକ୍ଷିତ ଭୂମି ଭାବେ ବ୍ୟବହାର କରୁଛନ୍ତି।

ବିଗତ ୧୦ ବର୍ଷ ହେଲା ଡି-କମ୍ପାନୀର ସହଯୋଗୀମାନେ ଆମେରିକାରେ ମଧ୍ୟ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛନ୍ତି। ବିଶେଷ କରି ମନିଲଣ୍ଡରିଂ, ଅପହରଣ ଓ ଲୁଟ୍‌ପାଟ ଆଦି କାର୍ଯ୍ୟ କରୁଛନ୍ତି।

୧୯୯୩ ମୁମ୍ବାଇ ସିରିଜ୍‌ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ୍‌ ଦାଉଦ୍‌ ଇବ୍ରାହିମର ପୁତୁରା ରିଜୱାନ କାସକରକୁ ଗତବର୍ଷ ମୁମ୍ବାଇ ପୁଲିସ୍‌ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like