କଶ୍ମୀର ପ୍ରସଙ୍ଗକୁ ନେଇ ନିଜ ଦେଶରେ ଲୋକହସା ହେଲେ ଇମ୍ରାନ

ଇସ୍‌ଲାମାବାଦ୍‌: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛି। ଏପରି କି ଭାରତ ସରକାରଙ୍କୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯୁଦ୍ଧ ଧମକ ଦେଉଛନ୍ତି। କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)କୁ ନେବ ବୋଲି ମଧ୍ୟ କହିଥିଲା। ହେଲେ ଖୋଦ୍‌ ପାକିସ୍ତାନ ସରକାରଙ୍କ ଓକିଲ ଇମ୍ରାନ୍‌ ଖାନ୍‌ଙ୍କୁ ଲୋକହସା କରାଇଛନ୍ତି।

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପାଖରେ ଆଇସିଜେକୁ ଯିବାକୁ କୌଣସି ପ୍ରମାଣ ନାହିଁ ବୋଲି ଓକିଲ ଜଣଙ୍କ କହିଛନ୍ତି। ପାକିସ୍ତାନ ପକ୍ଷରୁ ଆଇସିଜେରେ ମାମଲା ଲଢ଼ୁଥିବା ଓକିଲ ଖାୱର କୁରେଶୀ କହିଛନ୍ତି, “କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସରକାର ଆଇସିଜେ ଯିବାକୁ ଚାହୁଁଛନ୍ତି। ହେଲେ କଶ୍ମୀର ପ୍ରସଙ୍ଗରେ ଶକ୍ତିଶାଳୀ ପ୍ରମାଣ ପାକିସ୍ତାନ ସରକାରଙ୍କ ପାଖରେ ନାହିଁ। ବଳିଷ୍ଠ ପ୍ରମାଣ ବିନା ଆଇସିଜେରେ କଶ୍ମୀର ପ୍ରସଙ୍ଗ ଉଠାଇବା ଆଦୌ ସହଜ ହେବନାହିଁ।

ତେଣୁ ପ୍ରଥମେ କଶ୍ମୀରରେ ଭାରତ ସରକାର ଚଳାଇଥିବା ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କରେ ଆମକୁ ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ। ଏଥିସହ ଭାରତ ସରକାର ଏକପାଖିଆ ଭାବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିପାରିବେ କି ନାହିଁ, ସେକଥା ମଧ୍ୟ ସମୀକ୍ଷା କରିବାକୁ ପଡ଼ିବ। ଏହାପରେ ଆମେ ମାମଲାକୁ ଚାହିଁଲେ ଆଇସିଜେ ନିକଟକୁ ନେଇପାରିବା।”

ଅଗଷ୍ଟ ୫ରୁ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ସେବେଠାରୁ ପାକିସ୍ତାନ ସରକାର ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ନକରାତ୍ମକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଭାରତ ବିରୋଧରେ ସମର୍ଥନ ହାସଲ କରିବାକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବିଶ୍ୱର ଅନେକ ରାଷ୍ଟ୍ରର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ହେଲେ ସବୁଆଡ଼ୁ ନିରାଶ ହେବା ପରେ ସେ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିଲେ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କଶ୍ମୀର ପ୍ରସଙ୍ଗକୁ ଇସ୍‌ଲାମାବାଦ ଆଇସିଜେକୁ ନେବ ବୋଲି କହିଥିଲେ। ଭାରତ ସରକାର ଜମ୍ମୁ-କଶ୍ମୀରରେ କଟକଣା ଜାରି କରି ସେଠାରେ ନରସଂହାର ଚଳାଇଛନ୍ତି। ଏଥିସହ ସେଠାରେ ରହୁଥିବା ଲୋକଙ୍କ ମାନବାଧିକାରକୁ ଭାରତ ସରକାର ଉଲ୍ଲଙ୍ଘନ କରୁଥିବା ସେ କହିଥିଲେ।  ହେଲେ ଏବେ ପାକିସ୍ତାନର ଆଇସିଜେ ଓକିଲ ହିଁ ଇସ୍‌ଲାମାବାଦକୁ ଲୋକହସା କରାଇଛନ୍ତି। ଭାରତ ଏଠାରେ କେମିତି ନରସଂହାର କରୁଛି, ତା’ର ପ୍ରମାଣ ହିଁ ପାକିସ୍ତାନ ପାଖରେ ନାହିଁ। କେବଳ ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନ ଏଭଳି କରୁଥିବା ଏବେ ଏହି ବୟାନ ପରେ ସ୍ପଷ୍ଟ ହୋଇଯାଇଛି।

ଏହାପୂର୍ବରୁ ଏକାଧିକ ରାଷ୍ଟ୍ର କଶ୍ମୀର ପ୍ରସଙ୍ଗକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପର କହି ପାକିସ୍ତାନକୁ ସୀମାନ୍ତରେ ଶାନ୍ତି ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

You might also like