ବନ୍ଧୁକୁ ପ୍ରତାରଣା..ଚୀନଠାରୁ ଡିଫେନ୍ସ ସିଷ୍ଟମ କିଣି ପସ୍ତେଇଲା ପାକିସ୍ତାନ, ବାହାରିଲା ଏମିତି ତ୍ରୁଟି

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ କୁହନ୍ତି ଚାଇନା ମାଲ୍‌ ଉପରେ ଗ୍ୟାରେଣ୍ଟି ନାହିଁ। କେତେବେଳେ ବି ଧୋକା ଖାଇଯିବ। ଏମିତି ଧୋକା ଭାରତୀୟମାନେ ଖାଇଛନ୍ତି। ହେଲେ ଜିଗିରି ଦୋସ୍ତକୁ ବି ଏମିତି ଧୋକା କିଏ ଦେଇପାରେ ?  ନିଜର ସଦାବାହାର ଦୋସ୍ତ ବୋଲି କହୁଥିବା ପାକିସ୍ତାନକୁ ବି ଏମିତି ଧୋକ୍କା ଦେଇଛି ଚାଇନା। ଗୋଟିଏ ପଟେ ଭାରତ ନିଜର ସୈନ୍ୟବଳ ବୃଦ୍ଧି କରୁଥିବାବେଳେ ପାକିସ୍ତାନ ମଧ୍ୟ ଚାଇନାରୁ ହତିଆର ଆଣି ଏକାଠି କରୁଛି। ୨୦୧୪ ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ପାକିସ୍ତାନର ଚିନ୍ତା ବଢି ଯାଇଥିଲା।

ଏହି ଚିନ୍ତାରେ ପାକିସ୍ତାନ ୨୦୧୪ରେ ଚୀନଠାରୁ 9LY- 80LOMADS ଏୟାର ଡିଫେନ୍ସ ସିଷ୍ଟମ କିଣିଥିଲା। ହେଲେ ଏବେ ଚିନ୍ତା କମିବା ବଦଳରେ ପାକିସ୍ତାନର ଦ୍ୱିଗୁଣିତ ହୋଇଛି। କାରଣ ଚୀନଠାରୁ ଆଣିଥିବା ଏସବୁ ଡିଫେନ୍ସ ସିଷ୍ଟମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏସବୁ ତ୍ରୁଟିକୁ ଦେଖିବା ପରେ ପାକିସ୍ତାନର ହୋସ ଉଡିଗଲାଣି।

ଗୋଇନ୍ଦା ରିପୋର୍ଟ ଅନୁସାରେ, ପାକିସ୍ତାନ ଚୀନକୁ ତ୍ରୁଟିର ଏକ ତାଲିକା ପ୍ରଦାନ କରିଛି। ଚୀନ ଡିଫେନ୍ସ ସିଷ୍ଟମରେ କେତେ ତ୍ରୁଟି ରହିଛି ଏହା ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏସବୁ ସାମଗ୍ରୀରେ ପ୍ରାୟ ୩୮୮ ଭିନ୍ନ ଭିନ୍ନ ତ୍ରୁଟିର ତାଲିକା ପାକିସ୍ତାନ ନିଜ ବନ୍ଧୁ ଚୀନକୁ ଦେଇଛି। ଏଥିମଧ୍ୟରୁ ୧୦୩ଟି ନୂଆ ତ୍ରୁଟି ଥିବାବେଳେ ୨୮୫ ତ୍ରୁଟିକୁ ପୂର୍ବରୁ ପାକିସ୍ତାନ ଅବଗତ କରାଇଥିଲା।ତେବେ ଏଥିରେ ୨୫୫ଟି ଏମିତି ଗୁରୁତର ତ୍ରୁଟି ରହିଛି ଯାହାର ସମାଧାନ ଆଜିଯାଏ ହୋଇନାହିଁ। କୁହାଯାଉଛି, ଚୀନ ପାକିସ୍ତାନକୁ ଦେଇଥିବା ଏହି 9 LY-80 LOMADS  ଏୟାର ଡିଫେନ୍ସ ସିଷ୍ଟମ ହାତୀ ଦାନ୍ତ ପରି ଅଟେ।

ଏହି ଏୟାର ଡିଫେନ୍ସ ୨୦୧୫-୧୬ରେ ପାକିସ୍ତାନକୁ ଡେଲିଭର କରିଥିଲା। ୬ଟି ସିଷ୍ଟମ ୨୦୧୯ରେ ପାକିସ୍ତାନକୁ ଦେଇଥିଲା। ଏହି ୬ ସିଷ୍ଟମ ମଧ୍ୟରୁ ୩ଟି 96 LOMADକୁ ରେଜିମେଣ୍ଟରେ ସାମିଲ କରାଯାଇଥିଲା। ସବୁଠାରୁ ଅଧିକ ତ୍ରୁଟି ଏଥିରୁ ବାହାରିଛି, ଯାହାକୁ ତୁମେ ଅଣଦେଖା କରାଯାଇ ପାରିବ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାର ନାମ ବଦଳାଇ ଚୀନ ଏହାକୁ ଅନ୍ୟ ଦେଶକୁ ବିକ୍ରି କରୁଛି। ଚୀନ ଏହି ଏୟାର ଡିଫେନ୍ସର ନାମ HQ16AE ରଖିଛି। ଯେଉଁ ସିଷ୍ଟମକୁ ବିଦେଶକୁ ବିକୁଛି ତାହାକୁ LY-80 ନାମ ଦେଇଛି। ଏଡା ମିଡିୟମ ରେଞ୍ଜର ସରଫେସରୁ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଅଟେ। ଏହାକୁ ଚୀନ ୨୦୧୧ରେ ନିଜ ସେନାରେ ସାମଲ କରାଇଥିଲା। ହେଲେ ପାକିସ୍ତାନ ୨୦୧୪ରେ ଏହା ଚୀନଠାରୁ କିଣିଥିଲା। ୨୦୧୭ରେ ଏହାକୁ ସରକାରୀଭାବେ ଏହାକୁ ପାକିସ୍ତାନ ସେନାରେ ସାମିଲ କରାଯାଇଥିଲା।

You might also like