ବିବାହ କରିବେ ବେନଜିର ଭୁଟ୍ଟୋଙ୍କ କନ୍ୟା: ନିର୍ବନ୍ଧ ସମାରୋହକୁ ଆସିବା ପାଇଁ ରଖିଲେ ଏମିତି ସର୍ତ୍ତ

ଇସ୍‌ଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଏବଂ ପୂର୍ବ ରାଷ୍ଟ୍ରପତି ଅସିଫ ଅଲି ଜରଦାରୀଙ୍କ ଝିଅ ବଖ୍‌ତାବର ଭୁଟ୍ଟୋ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନଭେମ୍ବର ୨୭ ତାରିଖ ମହମ୍ମୁଦ ଚୌଧୁରୀଙ୍କ ସହ ତାଙ୍କର ନିର୍ବନ୍ଧ ହେବ।

ପାକିସ୍ତାନର ଏକ ଖବରକାଗଜ ‘ଦ ଏକ୍ସପ୍ରେସ’ ଟ୍ରିବ୍ୟୁନ୍‌ର ଏକ ରିପୋର୍ଟ ଅନୁସାରେ ବଖ୍‌ତବାର ଭୁଟ୍ଟୋ ଜରଦାରୀଙ୍କ ଲାଇଫ ପାର୍ଟନର ଆମେରିକାର ପ୍ରଖ୍ୟାତ ବ୍ୟବସାୟୀ ୟୁନୁସ୍‌ ଚୌଧୁରୀଙ୍କ ପୁଅ।  ଆଗାମୀ ୨୭ରେ ଉଭୟଙ୍କ ନିର୍ବନ୍ଧ ହେବ। ଏଥିପାଇଁ ପାକିସ୍ତାନରେ ସମସ୍ତ ପ୍ରସ୍ତୁତି ଚାଲିଛି।

ଲୋକଙ୍କ ପାଖକୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡରେ ଲେଖାଯାଇଛି, ନିର୍ବନ୍ଧ ପୂର୍ବ ଦିନ ଆସିବାକୁ ଚାହୁଁଥିବା ଅତିଥିମାନଙ୍କୁ କରୋନା ଟେଷ୍ଟ କରାଇବାକୁ ପଡ଼ିବ। ରିପୋର୍ଟ ବିଲାବଲ ହାଉସ୍‌କୁ ପଠାଇବାକୁ ପଡ଼ିବ। ରିପୋର୍ଟ ନେଗେଟିଭ ଆସିଥିବା ବ୍ୟକ୍ତିଙ୍କୁ ନିର୍ବନ୍ଧକୁ ଆସିବା ପାଇଁ ଅନୁମତି ମିଳିବ।

ନିର୍ବନ୍ଧ ସମାରୋହରେ ସମସ୍ତ ପ୍ରକାର କୋଭିଡ ଗାଇଡ ଲାଇନ ପାଳନ କରାଯିବ। ତେଣୁ ଅତିଥିଙ୍କୁ କୋଭିଡ ଟେଷ୍ଟ କରାଇବାକୁ ପଡିବ ବୋଲି କୁହାଯାଇଛି।

You might also like