ଭାରତର ହମ୍‌ଲା ପରେ ପାକିସ୍ତାନ ଛାନିଆ

ଇସ୍‌ଲାମାବାଦ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ଘଟଣାରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ଆତଙ୍କିତ ହୋଇପଡ଼ିଥିବା ପାକିସ୍ତାନରେ ଘନ ଘନ ବୈଠକ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇସ୍‌ଲାମାବାଦ୍‌ରେ ବୈଠକ ଚାଲିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୱିରେଶି ଏହି ଜରୁରୀକାଳୀନ ବୈଠକ ଡକାଇଛନ୍ତି।

କେମିତି ଏବଂ କେଉଁ ପରିସ୍ଥିତିରେ ଭାରତୀୟ ବାୟୁସେନାର ବିମାନ ପାକ୍ ଅଧିକୃତ କଶ୍ମୀରକୁ ଡେଇଁଲା, ସେନେଇ ବୈଠକରେ ତର୍ଜମା ଚାଲିଛି।

ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରାଜ୍‌ ଫାଇଟର ଜେଟ୍‌ସ୍‌ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ। ଫଳରେ ବାୟୁସେନାର ଜୋରଦାର ଆକ୍ରମଣରେ ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆତଙ୍କବାଦୀ ଶିବିର ଉପରେ ହଜାରେ କେଜିରୁ ଅଧିକ ଓଜନର ବୋମା ମାଡ଼ କରାଯାଇଛି।

ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ଆତଙ୍କବାଦୀ ଶିବିର ଉପରେ ବାୟୁସେନା ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

You might also like