ଶେଷରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ରାଜି ହେଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସହ ସର୍ତ୍ତମୂଳକ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ରାଜି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏହି ସୂଚନା ଦେଇଛନ୍ତି। ଏନେଇ ପାକ୍ ସରକାର ପ୍ରସ୍ତୁତ ଥିବା କହିଛନ୍ତି କ୍ୟୁରେସି କହିଛନ୍ତି।

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିଦେଇଥିବା ବିବାଦ ମଧ୍ୟରେ ଏଭଳି ବୟାନ ରଖିଛନ୍ତି କ୍ୟୁରେସି। ଏନେଇ ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କ୍ୟୁରେସି ଏହା ବି କହିଛନ୍ତି ଯେ, ପାକିସ୍ତାନ ପକ୍ଷରୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ କୌଣସି ପ୍ରକାର ପ୍ରତିବନ୍ଧ ଲଗାଯାଇନାହିଁ। ଯଦି କୌଣସି ମଧ୍ୟସ୍ଥି ଦ୍ୱାରା ଆଲୋଚନା ହୋଇପାରିବ ତେବେ ଏହାକୁ ସ୍ୱାଗତ କରାଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ତେବେ ଦ୍ୱିପାକ୍ଷିକ ଆଲୋଚନା ପାଇଁ କାଶ୍ମୀରରୁ କର୍ଫ୍ୟୁ ଉଚ୍ଛେଦ, ମାନବାଧିକାର ପ୍ରତିଷ୍ଠା, ଅଟକ କିମ୍ବା ଗିରିଫ ହୋଇଥିବା ହୁରିଅତ୍ ନେତାଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନ ସର୍ତ୍ତ ରଖିଛି। ଏହାସହ କାଶ୍ମୀର ନେତାଙ୍କ ସହ ପାକିସ୍ତାନର ଆଲୋଚନା ପାଇଁ ମଧ୍ୟ ସର୍ତ୍ତ ରଖିଛନ୍ତି କ୍ୟୁରେସି।

ତେବେ ଏହା ପୂର୍ବରୁ ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଳୋଚନା ନେଇ ଭାରତ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆତଙ୍କବାଦର ମୂଳୋତ୍ପାଟନ ଓ ଆତଙ୍କବାଦୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ପାକିସ୍ତାନ ସହ ଆଲୋଚନାରେ କୌଣସି ଦ୍ୱିଧା ନାହିଁ ବୋଲି ବେଲଜିଅମରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।

 

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like