ଶେଷରେ ସତ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ: ଦୀର୍ଘ ଦିନର ମିଛ ପରେ ସତ ମାନିଛି ପାକିସ୍ତାନ। ବିଶ୍ୱର ଟପ୍ ମୋଷ୍ଟ୍ ଆତଙ୍କବାଦୀ ମସୁଦ୍ ଆଝାର ପାକିସ୍ତାନରେ ଅଛି ବୋଲି ଖୁଲାସା କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ୍ କ୍ୟୁରେସୀ। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା  ସାକ୍ଷାତକାରରେ ସେ ଏହି ସୂଚନା ଦେଇଛନ୍ତି। ହେଲେ ମସୁଦ୍ ଏବେ ଅସୁସ୍ଥ ରହିଛି। ଏପରିକି ସେ ଘରୁ ବାହାରକୁ ବାହାରି ପାରୁନି ବୋଲି କ୍ୟୁରେସୀ କହିଛନ୍ତି।

ତେବେ ବିଶ୍ୱର ମୋଷ୍ଟ ୱାଣ୍ଟେଡ୍ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ପାଇଁ ପାକିସ୍ତାନର ଦରଦ କେତେ, ତାହା କ୍ୟୁରେସୀଙ୍କ ବୟାନରୁ ଜଣାପଡ଼ୁଛି। ଗୋଟିଏ ପଟେ ଅସୁସ୍ଥତାର ବାହାନା ଦେଖାଇ ପାକିସ୍ତାନ ମସୁଦ୍‌ର ଆତଙ୍କୀ କାର୍ଯ୍ୟକଳାପ ଉପରେ ପରଦା ଟାଣିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଭାରତର ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟୁରେସୀ କହିଛନ୍ତି।

ସଂସଦରେ ଆକ୍ରମଣ, ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ, ୨୬/୧୧ ମୁମ୍ବାଇ ଆକ୍ରମଣ, ଉରୀ ଓ ପଠାନକୋଟରେ ସେନା କ୍ୟାମ୍ପ ଉପରେ ଆକ୍ରମଣ ଆଉ ଏବେ ପୁଲୱାମା ହମ୍‌ଲାରେ ସିଧାସଳଖ ଭାବେ ମସୁଦର ହାତ ରହିଛି।

ଯାହାକୁ ନେଇ ବାରମ୍ବାର ଭାରତ ପାକିସ୍ତାନକୁ ଗୋଟେ ପରେ ଗୋଟେ ପ୍ରମାଣ ଦେଇଛି। ତଥାପି ପାକିସ୍ତାନ ଏହାକୁ ମାନିବାକୁ ମନା କରିଛି। ହେଲେ ମସୁଦ ପାକିସ୍ତାନରେ ଥିବା ନେଇ ମିଛ କହୁଥିବା ପାକିସ୍ତାନ ଏବେ ଭାରତ ଚାପରେ ସତ ଓଗାଳିଛି।

You might also like